ମା’ ଧାମରାଇ
ନିର୍ଦ୍ଦେଶଧାମରା ନଦୀର ମୁହାଣରେ, ବଙ୍ଗୋପସାଗରରେ ମିଳନ ସ୍ଥଳରେ ମା’ ଧାମରାଇଙ୍କ ମନ୍ଦିର ଅବସ୍ଥିତ । ଜିଲ୍ଲା ମୁଖ୍ୟାଳୟ ଭଦ୍ରକ ଠାରୁ ପୂର୍ବଦିଗରେ ୬୦ କିମି ଦୂରତାରେ ଏହି ମନ୍ଦିର ରହିଛି । ଏହି ମନ୍ଦିରର ପଶ୍ଚିମରେ ଚାନ୍ଦବାଲି, ଉତ୍ତରରେ ବାସୁଦେବପୁର, ଦକ୍ଷିଣରେ କାଳିଭଞ୍ଜଡିହ ଏବଂ ପୂର୍ବରେ ବଙ୍ଗୋପସାଗର ରହିଛି । ଏହି ମନ୍ଦିର ଏବଂ ମା’ ଙ୍କ ବିଗ୍ରହ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଓ ଜନଶୃତି ରହିଛି, ତନ୍ମଧ୍ୟରୁ ଏକ ଐତିହାସିକ କିମ୍ବଦନ୍ତୀ ଅନୁସାରେ, ଧନେଶ୍ୱର ନାମକ ଜଣେ ବ୍ୟାପାରୀ, ଯେ ତତ୍କାଳୀନ ସିଂହଳ ସହ ବେପାର କରୁଥିଲେ, ସେଠାରୁ ଫେରିବା ବାଟରେ ପାଷାଣ ମଙ୍ଗଳାଙ୍କର ଏକ ବିଗ୍ରହ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ , ଏହା କାଳକ୍ରମେ ମା’ ଧାମରାଇ ନାମରେ ପ୍ରସିଦ୍ଧିଲାଭ କରିଛି ।
ଅନ୍ୟଏକ କିମ୍ୱଦନ୍ତୀ ଅନୁସାରେ ମା’ ଧାମରାଇ ନିଜ ପାଞ୍ଚ ଭଉଣୀଙ୍କ ସହ ସାତଭାୟା ନାମକ ସ୍ଥାନରେ ବାସକରୁଥିଲେ । ବାକି ପାଞ୍ଚଭଉଣୀ ଆମିଷାଣୀ ଥିବାବେଳେ ମା’ ଧାମରାଇ ଥିଲେ ସମ୍ପୁର୍ଣ୍ଣ ନିରାମିଶାଷୀ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ତାଙ୍କୁ ସମୁଦ୍ର ଭିତରକୁ ଫିଙ୍ଗିଦେଲେ । ଏହା ବିଶ୍ୱାସ କରାଯାଏ ଯେ, ସେ ଭାସିଭାସି ଚାନ୍ଦିନିପାଳ ଠାରେ ସାନାତନ ଦଳେଇ ଓ ବୁଲେଇ ବେହେରା ନାମକ ଧିବରଙ୍କ ଜାଲରେ ଲାଗିଥେଲେ, ସେମାନେ ତାଙ୍କୁ ଉଦ୍ଧାରକରି ନିଜଘରେ ରଖି ପୂଜା କରିବାକୁ ଲାଗିଲେ । ସେହିଦିନ ରାତିରେ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ମହାରାଣୀଙ୍କୁ ସ୍ୱପ୍ନାଦେଶ ହେଲା ଏବଂ ମା’ ଧାମରାଇ ତାଙ୍କୁ ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିବା ପାଇଁ କହିଲେ । ସେହିଠାରେ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦ୍ୱାରା ନିର୍ମିତ ମନ୍ଦିର ୧୯୫୩ ରେ ଭାଙ୍ଗିରୁଜି ଗଲା ଏବଂ ଭଗ୍ନାବଶେଷ ସମୁଦ୍ର ଗର୍ଭରେ ଲୀନ ହେଲା , ଏକ ଚାଳଘରେ ମାଙ୍କ ବିଗ୍ରହରଖି ଲୋକେ ପୂଜାକରିବାକୁ ଲାଗିଲେ । ଏବଂ ସେଠାରେ ମା ଧାମରାଇଙ୍କର ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଛି ।
ସର୍ବୋକୃଷ୍ଟ ସମୟ – Month of January
ଫୋନ/ ଦୁରଭାଷା – ୦୬୭୮୪-୨୪୦୪୧୮
ଭ୍ରାମ୍ୟମାଣ ଦୁରଭାଷା -୯୮୬୧୫୨୦୪୦୪
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୯୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ମା’ ଧମରାଇ ପୀଠରେ ପହଞ୍ଚିହେବ
ରେଳଗାଡ଼ିରେ
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ମା ଙ୍କ ପୀଠ ପ୍ରାୟ ୮୦ କିମି ଅଟେ
ସଡ଼କ ପଥରେ
ସଡକପଥରେ ଭାୟା ଭଦ୍ରକ , ଜାମୁଝାଡି ଦେଇ ମା ଙ୍କ ପାଖକୁ ଯାଇହେବ ।