ବନ୍ଦ କରନ୍ତୁ

ବାବା ଆଖଣ୍ଡଳମଣୀ

ନିର୍ଦ୍ଦେଶ
ଶ୍ରେଣୀ ଧାର୍ମିକ

ବୈତରଣୀ ନନ୍ଦୀ କୂଳରେ ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଗ୍ରାମରେ ବିରାଜମାନ। ଜନଶୃତି ଓ କିମ୍ୱଦନ୍ତୀ ଅନୁସାରେ ଏହି ପୀଠର ଇତିହାସ ଓ ପ୍ରସିଦ୍ଧି ଏହାକୁ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଲୋକମୁଖରେ ପ୍ରଚଳିତ କାହାଣୀ ଅନୁସାରେ ରାଜା ନିଳାଦ୍ରୀ ସମର ସିଂହ ସହାପାତ୍ରଙ୍କୁ ସ୍ୱପ୍ନାଦେଶ ହେଲା ଯେ ମାଟିତଳେ କଳା ମୁଗୁନି ପଥରର ଏକ ବିଗ୍ରହ ପୋତି ହୋଇରହିଅଛି । ଏଣୁ ପ୍ରାୟ ୩୫୦ବର୍ଷତଳେ ସେ ସେହି ସ୍ଥାନରେ ମାଟି ଖୋଳାଇ ମୁର୍ତ୍ତୀ ଉଦ୍ଧାର କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ, କେବଳ କିମ୍ୱଦନ୍ତୀ ବା ଇତିହାସ ନୁହେଁ ବରଂ ମନ୍ଦିର କାନ୍ଥରେ ଖୋଦିତ ହୋଇଥିବା ମୁର୍ତ୍ତୀ/ସ୍ଥାପତ୍ୟ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର , ଏହି ମନ୍ଦିରର ବେଢା ଓ ପୁଷ୍କରିଣୀରେ ବର୍ଷଯାକ ମେଳା, ମଉଚ୍ଛବ, ଯାନିଯାତ୍ରା ଲାଗିରହିଥାଏ , ଜାଗର ବା ମହାଶିବରାତ୍ରୀ ହେଉଛି ଏହି ପୀଠର ସର୍ବପ୍ରମୁଖ ମହୋତ୍ସବ ଯେଉଁଥିରେ ରାଜ୍ୟ ତଥା ରାଜ୍ୟବାହାରୁ ଲକ୍ଷାଧିକ ଜନ ସମାଗମ ହୁଏ । ଏଣୁ ଏହି ଆଖଣ୍ଡଳମଣୀ ପୀଠ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ପ୍ରମୁଖ ଚିତ୍ର ପାଲଟିଛି ।

ସର୍ବୋକୃଷ୍ଟ ସମୟ – ବର୍ଷସାରା
ଫୋନ/ ଦୁରଭାଷା – ୦୬୭୮୪-୨୪୦୪୧୮
ଭ୍ରାମ୍ୟମାଣ ଦୁରଭାଷା -୯୮୬୧୫୨୦୪୦୪

ଫଟୋ ଗାଲେରୀ

  • ଜଳାଭିଷେଖ , ବାବା ଆଖଣ୍ଡଳମଣୀ
  • ଯୋଗୀ ବେଶ , ବାବା ଆଖଣ୍ଡଳମଣୀ
  • ବାବା ଆଖଣ୍ଡଳମଣୀ, ଆରଡି, ଭଦ୍ରକ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନବନ୍ଦର ଭୂବନେଶ୍ୱର ଅଟେ. ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା ଚଣ୍ଡିଖୋଲ , ଭଦ୍ରକ ହୋଇ ଆରଡିରେ ପହଞ୍ଚିପାରିବେ.

ରେଳଗାଡ଼ିରେ

ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ଆରଡି ୪୫ କିମି ଅଟେ ।

ସଡ଼କ ପଥରେ

ସଡକପଥରେ ଭାୟା ଭଦ୍ରକ ହୋଇ ଆରଡିରେ ପହଞ୍ଚିପାରିବେ।