ଇରମ (ରକ୍ତତୀର୍ଥ)
ନିର୍ଦ୍ଦେଶଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ୧୬ କିମିଦୁରରେ ଏହି ତ୍ୟାଗଭୁମି ଅବସ୍ଥିତ, ଏହି ସ୍ଥାନର ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ, ଅନ୍ୟ ଦୁଇପାର୍ଶ୍ୱରେ ଗମେଇଁ ଓ କାଂସବାଂଶ ନଦୀ ରହିଛି । ପ୍ରାକୃତିକ ସୁରକ୍ଷା କବଚ ମଧ୍ୟରେ ଥିବାରୁ ଏହା ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିଲା । ଏହି ପ୍ରାକୃତିକ ପ୍ରାଚୀର ଥିବା ଦୃଷ୍ଟିରୁ ପୋଲିସ କିମ୍ୱା ପ୍ରଶାସନିକ ଅଧିକାରୀ ସହଜରେ ଏହି ଅଞ୍ଚଳରେ ପ୍ରବେଶ କରିପାରୁନଥିଲେ । ଅଧିକନ୍ତୁ ସେଠାରେ ଏକ ଖୋଲା ପଡିଆ ଥିଲା ଯାହା ୩ ଦିଗରୁ ଅବରୁଦ୍ଧ ଥିବା ବେଳେ ଗୋଟିଏ ଦିଗରେ ରାସ୍ତାଥିଲା । ସ୍ୱ।ଧିନତା ସଂଗ୍ରାମୀମାନେ ଏହି ସ୍ଥାନରେ ସାଧାରଣସଭା କରୁଥିଲେ । ୧୯୨୦ରୁ ଆରମ୍ଭକରି ଏହି ପଡିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରସାର କରିଆସୁଥିଲେ । “ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡିଆରେ ଅନେକ ଜାତୀୟତାବାଦୀ ସଭା ସମିତି ଆୟୋଜିତ ହୋଇଥିଲା । ବିଦେଶୀ ଇଂରେଜ ଶାସନ ବିରୋଧରେ ବିଷୋଦଗାର ସ୍ୱରୁପ ୨୮ ସେପ୍ଟମ୍ୱର ୧୯୪୨ ରେ ଏକ ବିରାଟ ଜନସଭା ଆୟୋଜିତ ହୋଇଥିଲା । ଏଥିରେ ଭୟଭିତ ହୋଇ ବାସୁଦେବପୁର ପୋଲିସ୍ ଥାନାରୁ ଡି.ଏସ.ପି (DSP) କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଫୌଜଦଳ ଇରମ ଅଭିମୁଖେ ମା଼ଡି ଚାଲିଲେ । ଜାଲିଆନାୱାଲାବାଗ ପରି ଏଠାରେ ଡି.ଏସ.ପି (DSP)ଙ୍କ ଆଦେଶରେ ସନ୍ଧ୍ୟା ୬.୩୦ରେ ଶାନ୍ତିପୁର୍ଣ୍ଣ ଜନସଭା ଉପରେ ଫୌଜ ଆକ୍ରମଣ କଲେ । ଯେହେତୁ ତିନିଦିଗରୁ ପଡିଆଟି ଆବଦ୍ଧ ଥିଲା, କେହି ବାହାରକୁ ଖସି ଯାଇପାରିଲେ ନାହିଁ । ଦେଖୁ ଦେଖୁ କେଇ ମିନିଟି ମଧ୍ୟରେ ୨୮ ଜଣ ଟଳିପଡିଲେ ଓ ୫୬ ଜଣ ଆହତ ହେଲେ । ଆହୁରିମଧ୍ୟ ଜଣେ, କିଛିସମୟ ପରେ ମୃତ ଘୋଷିତ ହେଲେ । ଏହି ୨୯ ଜଣ ମୃତକଙ୍କ ମଧ୍ୟରେ ଥିବା ପରିବେୱା ହେଉଛନ୍ତି ଓଡିଶାର ଏକମାତ୍ର ମହିଳା ଶହୀଦ । ଏତେ ସଂଖ୍ୟକ ଶହୀଦଙ୍କ ମୃତ୍ୱୁର ସ୍ମୃତିଚାରଣ ନିମନ୍ତେ ଏହାକୁ ୨ୟ ଜାଲିଆନାୱାଲାବାଗ ବୋଲି କୁହାଯାଏ । ବାସ୍ତବରେ ଏହାର ନାମ ରକ୍ତତୀର୍ଥ ର ଯଥାର୍ଥତା ରହିଅଛି ।
ରକ୍ତତୀର୍ଥ ଇରମର ଶହୀଦ ମାନଙ୍କର ନାମ ।
- ପରି ବେୱା, ଇରମ ବାସୁଦେବପୁର
- ଗୋପାଳ ଚନ୍ଦ୍ର ଦାସ, ପଢୁଆଁ
- ବିଶ୍ୱନାଥ ଦାସ, ପଢୁଆଁ
- ବିଜୁଳି ଦାସ, ପଢୁଆଁ
- ହୃଷିକେଶ ବେହେରା, ପଢୁଆଁ
- ମଦନ ପଲାଇ , ପଢୁଆଁ
- ବଲ୍ଲଭ ବେହେରା, ପଢୁଆଁ
- ମାଘ ମହାଳିକ, ପଢୁଆଁ
- ଭୁଆ ମାଝୀ, ପଢୁଆଁ
- କାଳି ମାଝୀ, ପଢୁଆଁ, କୁମାରପୁର
- ରାଧୁ ମହାଳିକ, ମୁଳାଡିହ
- ଧୃବଚରଣ ଦେ, ପଢୁଆଁ
- ବାସୁଦେବ ସାହୁ, ପଢୁଆଁ
- ହରି ବେହେରା, ପଢୁଆଁ
- ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ,
- କୃଷ୍ଣଚନ୍ଦ୍ର ସ୍ୱାଇଁ ପଢୁଆଁ, କୁମାରପୁର
- ଭବନ ରାଉତ, ପଢୁଆଁ, ନନ୍ଦପଡା
- ନିଧି ମହାଳିକ, ପଢୁଆଁ
- ବୃନ୍ଦାବନ ପଣ୍ଡା, ପଢୁଆଁ
- ଉପ ମଲ୍ଲିକ, ନୁଆଗାଁ,
- କୃପାସିନ୍ଧୁ ବେହେରା, ଶଙ୍ଖାରୁ
- ରାମ ମାଝୀ, ପଢୁଆଁ କୁମାରପୁର
- ମଣୀ ବେହେରା, ପଢୁଆଁ
- କଟି ସାହୁ, ଇଶ୍ୱରପୁର
- ରତ୍ନାକର ପାଣି, ସୁଦର୍ଶନପୁର
- ମଣୀ ପ୍ରଧାନ, ସୁଆଁ, ସୁଦର୍ଶନପୁର
- ପରି ଦାସ, ସୁଆଁ
- ଶଙ୍କର ମଲ୍ଲିକ, ଆଢୁଆ
- ଗୋବୁନ୍ଦ ରାଉତ, ଆର୍ତ୍ତୁଙ୍ଗୁ
ସୌଜନ୍ୟ:-
ସଂଗ୍ରାମଭୂମି ଭଦ୍ରକ, ଓଡିଶା ବହି
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ଭୁବନେଶ୍ବର ,ପ୍ରାୟ ୧୯୫ କିମି । ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା କଟକ, ଚଣ୍ଡିଖୋଲ ଦେଇ ଭଦ୍ରକରେ ପହଞ୍ଚି ଓ ଜାମୁଝାଡି ଦେଇ ଇରମ ରେ ପହଞ୍ଚିହେବ।
ରେଳଗାଡ଼ିରେ
ଭଦ୍ରକ (ପୂର୍ବତଟ ରେଳପଥ) ଠାରୁ ଇରମ ୬୦ କି.ମି। ଅଟେ ।
ସଡ଼କ ପଥରେ
ସଡକପଥରେ ଭଦ୍ରକ ହୋଇ ଜାମୁଝାଡି ଦେଇ ଇରମ ରେ ପହଞ୍ଚିହେବ।