ବନ୍ଦ କରନ୍ତୁ

କୃଷି ବୈଷୟିକ ପରିଚାଳନା ସଂସ୍ଥା(ଆତ୍‍ମା)

ତାରିଖ : 07/04/2017 - | ସେକ୍ଟର: କୃଷି
କୃଷକ କ୍ଷେତ୍ର ବିଦ୍ୟାଳୟ , ଏଟିଏମଏ

ଜିଲ୍ଲାସ୍ତରରେ କୃଷକ କ୍ଷେତ୍ର ବିଦ୍ୟାଳୟ ସମସ୍ତ ପ୍ରକାର ପ୍ରଦ୍ଦ୍ୟୋଗିକ ପ୍ରସାର ଗତିବିଧି ପାଇଁ ଦ୍ରୁତ ଗତିରେ ଉତ୍ତରଦାୟୀ ଅଟେ । ଏହା ଜିଲ୍ଲାରେ କୃଷିର ବିକାଶ ସହିତ ଜଡିତ ସମସ୍ତ ବିଭାଗ,ବେସରକାରୀ ସଂସ୍ଥା ,ଅନୁସନ୍ଧାନ ସଂସ୍ଥା ଏବଂ ଏଜେନ୍ସି ମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ।

ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ :-

  • କୃଷି ପ୍ରଣାଳୀ ଆଧାରିତ କୃଷି ବିକାଶ ପାଇଁ କୃଷକମାନଙ୍କର ବିଶିଷ୍ଟ ଆବଶ୍ୟକତା ର ପରିଚୟ କରିବା ।
  • ଏକ ଉନ୍ନତ ମାନର କୃଷି ବିକାଶ ପାଇଁ କୃଷି ପ୍ରଣାଳୀ ଦୃଷ୍ଟିକୋଣରୁ ପ୍ରାଥମିକତା ଉପସ୍ଥାପିତ କରିବା ।
  • କୃଷକ କିମ୍ବା ଅନ୍ତିମ ବ୍ୟବହାରକାରୀ ଙ୍କ ଦ୍ଵାରା ଉତ୍ପାଦନ ଭିତ୍ତିକ ବିଭିନ୍ନ ଗତିବିଧି ପାଇଁ ଯୋଜନା ପ୍ରସ୍ତୁତ କରିବା ।
  • ସମସ୍ତ ଶ୍ରେଣୀ ବିଭାଗ ,ପ୍ରଶିକ୍ଷଣ ସଂସ୍ଥା ,ବେସରକାରୀ ସଂସ୍ଥା ,କୃଷକ ସଂଗଠନ ଏବଂ ସହଯୋଗୀ ସଂସ୍ଥା ମାନଙ୍କ ଦ୍ଵାରା ଯୋଜନା କୁ କାର୍ଯକାରି କରିବା ।
  • ଜିଲ୍ଲାରେ କୃଷକ ସଂଗଠନ କୁ ଦୃଢ କରିବା ପାଇଁ ସମସ୍ତ ଶ୍ରେଣୀ ବିଭାଗ ,ପ୍ରଶିକ୍ଷଣ ସଂସ୍ଥା ,ବେସରକାରୀ ସଂସ୍ଥା, ସହଯୋଗୀ ସଂସ୍ଥା, କୃଷି ସମ୍ପର୍କିତ ଅନ୍ୟାନ୍ୟ ବିଭାଗ ସହ ଯୋଗସୂତ୍ର ସ୍ଥାପନ କରିବା ଏବଂ ରାଜ୍ୟ ଅନୁଦାନ ପ୍ରାପ୍ତ ସମସ୍ତ ପ୍ରଦ୍ଦ୍ୟୋଗିକ ବିଭାଗ ମଧ୍ୟରେ ସମୋନ୍ନୟ ରକ୍ଷା କରିବା ।
  • କୃଷକ ଏବଂ ଉତ୍ପାଦିତ ସାମଗ୍ରୀର ସଶକ୍ତିକରଣ ସୁବିଧା ପାଇଁ ସଂଗଠନ ,ସହକାରୀ ସମିତି ଏବଂ ସଙ୍ଗଠନିକରଣ ଦ୍ଵାରା ବିପଣନ ଯୋଜନା ଓ ପ୍ରଦ୍ଦ୍ୟୋଗିକ ପ୍ରସାର ନିମନ୍ତେ କାର୍ଯ୍ୟ କରିବା ।
  • କୃଷି ଉତ୍ପାଦ ର ମୂଲ୍ୟ ବୃଦ୍ଧି ପାଇଁ ବଜାର ହସ୍ତକ୍ଷେପ କୁ ପ୍ରୋତ୍ସାହନ କରିବା ।

ଲାଭାର୍ଥୀ:

୨୫ ଜଣ ସଭ୍ୟକୁ ବିଭିନ୍ନ ବିଭାଗରୁ ମନୋନିତ ହୋଇ ଏକ କୃଷକ ଉପଦେଷ୍ଟା କମିଟି ଗଠନ ହୋଇଥାଏ । ହିତାଧିକାରୀ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଦଳ ହୋଇପାରିବେ ।

ଲାଭ:

କୃଷକମାନଙ୍କୁ ଜିଲ୍ଲା ଭିତରେ,ରାଜ୍ୟ ବାହାରେ, ରାଜ୍ୟ ଭିତରେ ତାଲିମ ଓ ପରିଭ୍ରମଣ, ଦକ୍ଷତା ବୃବ୍ଦି ପାଇଁ ତାଲିମ ଓ କୃଷିକ୍ଷେତ୍ର ବିଦ୍ୟାଳୟ।

କିପରି ଆବେଦନ କରିବେ

ହିତାଧିକାରୀ ଆବାହକ ବିଟିଟିସ (ବ୍ଲକ ବୈଷୟିକ ଦଳ ) କିମ୍ବା କୃଷି ସୂଚନା ପରାମର୍ଶ କେନ୍ଦ୍ର ସହିତ ଯୋଗାଯୋଗ କରିବେ ।