ବନ୍ଦ କରନ୍ତୁ

ମତ୍ସ୍ୟ ଚାଷ ବିଭାଗ

ବିଷଦ ବିବରଣୀ ମତ୍ସ୍ୟଚାଷୀ ମାନଙ୍କର ମତ୍ସ୍ୟ ଚାଷ ସମ୍ପର୍କିତ ଯୋଜନା ଏବଂ ବ୍ୟବସ୍ଥା ,ମତ୍ସ୍ୟ ଚାଷ ବିଭାଗ ,ଜିଲ୍ଲା ଭଦ୍ରକ

ନିମ୍ନଲିଖିତ ଯୋଜନା ସମ୍ବନ୍ଧରେ :-

ମତ୍ସ୍ୟ ପୋଖରୀ ଯୋଜନା :-

ଏହି ଯୋଜନାଟି ମତ୍ସ୍ୟ ଚାଷ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ୨୦୧୭-୧୮ ମସିହାରୁ ଆରମ୍ଭ ହୋଇଅଛି ,ଏହି ଯୋଜନା ରେ ଯେଉଁ ମତ୍ସ୍ୟ ଚାଷୀ ପୂର୍ବରୁ କୌଣସି ପ୍ରକାରର ମତ୍ସ୍ୟ ଋଣ ଗ୍ରହଣ କରି ନଥିବେ ,ସେହି ମତ୍ସ୍ୟ ଚାଷୀ ମାନେ ନୃତନ ପୋଖରୀ ଖନନ ନିମନ୍ତେ ବ୍ଲକ ସ୍ତରୀୟ ସହକାରୀ ମତ୍ସ୍ୟ ଅଧିକାରୀ ଙ୍କ ନିକଟରେ ଆବେଦନ କରି ପାରିବେ ,ଏକ ହେକ୍ଟର ନୂତନ ପୋଖରୀ ଖନନ ନିମନ୍ତେ ୮ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳରେ ୫୦ ପ୍ରତିଶତ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ,ଜଣେ ମତ୍ସ୍ୟ ଚାଷୀ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ନୃତନ ପୋଖରୀ ଖନନ କରିପାରିବେ ,ଏବଂ ସର୍ବନିମ୍ନ ୦.୨ ହେକ୍ଟର ପୋଖରୀ ପାଇଁ ସହାୟତା ପାଇପାରିବେ ,ଏହି ସହାୟତା ବ୍ୟାଙ୍କ ଜରିଆରେ ଋଣ ନକରି ପାଇ ପାରିବେ ,ନୂତନ ପୋଖରୀ ଖନନ ନିମନ୍ତେ ତହସିଲଦାରଙ୍କର ପ୍ରମାଣ ପାତ୍ର ଆବଶ୍ୟକ.

ନୂତନ ପୋଖରୀ ଖନନର ଖର୍ଚ୍ଚ ଅଟକଳ:-

  • ପୋଖରୀ ଖନନ -୫୦୦୦୦୦/–ସହାୟତା ୨୫୦୦୦୦/-
  • ଜଗୁଆଳୀ ଓ ଜିନିଷପତ୍ର ରଖିବା ଗୃହ-୧୦୦୦୦୦/–ସହାୟତା ୫୦୦୦୦/-
  • ପାଣିପମ୍ପ ଓ ପାଣିର ପରିଚାଳନା-୧୦୦୦୦୦/–ସହାୟତା ୫୦୦୦୦/-
  • ମତ୍ସ୍ୟ ଚାଷ ନିମନ୍ତେ ଖର୍ଚ୍ଚ-୧୫୦୦୦୦/–ସହାୟତା ୭୫୦୦୦/-
  • ସର୍ବମୋଟ ୮୫୦୦୦୦–ସହାୟତା ୪୨୫୦୦୦

ଯୋଗ୍ୟ ମତ୍ସ୍ୟ ଚାଷୀ ଖର୍ଚ୍ଚ ଅଟକଳ ର ୦.୫% ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଦାଖଲ କରି ରଶିଦ ଗ୍ରହଣ କରିପାରିବେ.
ନୂତନ ମତ୍ସ୍ୟ ପୋଖରୀ ଖନନ ନିମନ୍ତେ ସହାୟତା ପାଇଁ ଜୋନ ସ୍ତରୀୟ ମତ୍ସ୍ୟ ଅଧିକାରୀ ,ଜିଲ୍ଲା ସ୍ତରୀୟ ମତ୍ସ୍ୟ ଅଧିକାରୀ ,ଜୋନ ସ୍ତରୀୟ କୃଷୀ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ପାଇବା ପରେ ମତ୍ସ୍ୟଚାଷୀ ମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଯୋଗାଇ ଦିଆଯାଇ ଥାଏ.

ନୀଳ ବିପ୍ଲବ ବା ବ୍ଲୁ ରିଭୋଲ୍ୟୁସନ:-

  • ନୂତନ ପୋଖରୀ ଖନନ :- ଏହି ଯୋଜନାରେ ଅନ୍ତର୍ଭୁକ୍ତ ନୂତନ ପୋଖରୀ ଖନନ ନିମନ୍ତେ ୨୦୧୭-୨୦୧୮ମସିହା ଠାରୁ ୪୦ ପ୍ରତିଶତ ସହାୟତା ସାଧାରଣ ବର୍ଗ ନିମନ୍ତେ ଏବଂ ୬୦ ପ୍ରତିଶତ ସରଂକ୍ଷିତ ବର୍ଗ ନିମନ୍ତେ ସହାୟତା ଯୋଗାଇ ଦିଆଯାଇ ଥାଏ ,ଏହି ଯୋଜନାରେ ପୁରାତନ ପୋଖରୀ ର ପୁନଃଉଧାର ନିମନ୍ତେ ୩,୫୦,୦୦୦ ପ୍ରତି ହେକ୍ଟର ଓ ମାଛ ଚାଷ ପାଇଁ ୧,୫୦,୦୦୦ ପ୍ରତି ହେକ୍ଟର ଖର୍ଚ୍ଚ ଅଟକଳରେ ୪୦ ପ୍ରତିଶତ ଓ ୬୦ ପ୍ରତିଶତ ହିସାବରେ ସହାୟତା ଯୋଗାଇ ଡିଆଯାଇଥାଏ , ଖର୍ଚ୍ଚ ଅଟକଳ ର ୦.୫% ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଦାଖଲ କରି ରଶିଦ ଗ୍ରହଣ କରିବାକୁ ହେବ.
  • କ୍ଷ୍ୟାରୀ ଜଳ ଚିଙ୍ଗୁଡି /ମତ୍ସ୍ୟ ଚାଷ ନିମନ୍ତେ ସହାୟତା :- କ୍ଷ୍ୟାରୀ ଜଳ ଚିଙ୍ଗୁଡିଚାଷ ପାଇଁ ନୂତନ ପୋଖରୀ ଖନନ ନିମନ୍ତେ ୬,୦୦୦୦୦/- ପ୍ରତି ହେକ୍ଟର ଖର୍ଚ୍ଚ ଅଟକଳ ରେ ୩,୦୦,୦୦୦/- ସହାୟତା ଏବଂ ଭେନାମୀ ଚିଙ୍ଗୁଡି ଚାଷ ପାଇଁ ୭,୪୩,୦୦୦/- ଖର୍ଚ୍ଚ ଅଟକଳରେ ୧,୫୦,୦୦୦/- ସହାୟତା ଯୋଗାଇ ଦିଅ ଯାଉଛି .ଏହି କ୍ଷ୍ୟାରୀ ଜଳ ଚିଙ୍ଗୁଡି ଚାଷ କରିବା ପୂର୍ବରୁ ଉପକୂଳ ପରିଚାଳନା କର୍ତ୍ତୁପକ୍ଷ ଚେନ୍ନାଇଙ୍କ ଠାରୁ ଆବେଦନ କରି ଲାଇସେନସ ଗ୍ରହଣ କରିବା ଅବଶ୍ୟକ ଏବଂ ଏହି ଯୋଜନାରେ ପୁରାତନ ପୋଖରୀର ପୁନଃଉଧାର ନିମନ୍ତେ ୩,୨୦,୦୦୦/- ଖର୍ଚ୍ଚ ଅଟକଳରେ ୧,୬୦,୦୦୦/- ସହାୟତା ଓ ଚିଙ୍ଗୁଡି ଚାଷ ନିମନ୍ତେ ୭,୪୩,୦୦୦/- ଖର୍ଚ୍ଚ ଅଟକଳର ୧,୫୦,୦୦୦/-ସହାୟତା ଯୋଗାଇ ଦିଆଯାଏ .
  • ଜଳ ପ୍ଳାବିତ ପୋଖରୀ ଉନ୍ନତି ନିମନ୍ତେ:- ଏହି ଯୋଜନାରେ ଖାଲ ଓ ସନ୍ତ ସନ୍ତିଆ ପୋଖରୀର ଖନନ ଓ ଉନ୍ନତି ନିମନ୍ତେ ୫,୦୦,୦୦୦/-ଟଙ୍କା ଓ ମାଛ ଚାଷ ନିମନ୍ତେ ୧,୫୦,୦୦୦/- ଟଙ୍କା ସମୁଦାୟ୬,୫୦,୦୦୦/-/- ପ୍ରତି ହେକ୍ଟର ଖର୍ଚ୍ଚ ଅଟକଳ ରେ ୪୦ ପ୍ରତିଶତ ସହାୟତା ଯୋଗାଇ ଦିଆଯାଉଛି,
    (ଘ)ମାଛ ପରିବହନ :- ଏହି ଯୋଜନା ରେ ଘରକୁ ଘର ବୁଲି ମାଛ ବିକ୍ରୟ ପାଇଁ ଦୁଇଚକିଆ ଯାନସହ ବରଫ ବାକ୍ସ ନିମନ୍ତେ ସମୁଦାଯ ଖର୍ଚ୍ଚ ଅଟକଳ ୬୦,୦୦୦ /-ଟଙ୍କାର ୩୦,୦୦୦/-ଟଙ୍କା ସହାୟତା ଏବଂ ତିନିଚକିଆ ଡାଲାଅଟୋ ୨,୦୦,୦୦୦ /- ଟଙ୍କା ଖର୍ଚ୍ଚ ଅଟକଳରେ ୧,୦୦,୦୦୦/-ଟଙ୍କା ସହାୟତା ,ପ୍ରାଥମିକ ମତ୍ସ୍ୟଜୀବି ସଙ୍ଘ ଓ ସେଲ୍ଫ ହେଲ୍ପ ଗ୍ରୁପ ସଦସ୍ୟ ମାନଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଛି.
  • ମାଛ ପରିବହନ :- ଏହି ଯୋଜନା ରେ ଘରକୁ ଘର ବୁଲି ମାଛ ବିକ୍ରୟ ପାଇଁ ଦୁଇଚକିଆ ଯାନସହ ବରଫ ବାକ୍ସ ନିମନ୍ତେ ସମୁଦାଯ ଖର୍ଚ୍ଚ ଅଟକଳ ୬୦,୦୦୦ /-ଟଙ୍କାର ୩୦,୦୦୦/-ଟଙ୍କା ସହାୟତା ଏବଂ ତିନିଚକିଆ ଡାଲାଅଟୋ ୨,୦୦,୦୦୦ /- ଟଙ୍କା ଖର୍ଚ୍ଚ ଅଟକଳରେ ୧,୦୦,୦୦୦/-ଟଙ୍କା ସହାୟତା ,ପ୍ରାଥମିକ ମତ୍ସ୍ୟଜୀବି ସଙ୍ଘ ଓ ସେଲ୍ଫ ହେଲ୍ପ ଗ୍ରୁପ ସଦସ୍ୟ ମାନଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଛି.
  • ଡଙ୍ଗା ଓ ଜାଲ କ୍ରୟ ଯୋଜନା:- ଏହି ଯୋଜନା ମାଧ୍ୟମରେ ନୂତନ ଡଙ୍ଗା ପାଇଁ ୩୦,୦୦୦ /- ଟଙ୍କା ଓ ଜାଲ କ୍ରୟ ପାଇଁ ୨୦,୦୦୦ ଟଙ୍କା ସମୁଦାୟ ୫୦,୦୦୦ ଟଙ୍କା ଖର୍ଚ୍ଚ ଅଟକଳ ରେ ୨୫,୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯାଉଛି
  • ମତ୍ସ୍ୟଜୀବି ପରିବାର ର ବୁଦ୍ଦିମାନ /ବୁଦ୍ଧିମତୀ ପିଲାଙ୍କ ପାଠପଢା ନିମନ୍ତେ ସହାୟତା :- ଯେଉଁ ପିଲାମାନେ ମ୍ୟାଟ୍ରିକ ପରୀକ୍ଷାରେ ୭୦ ପ୍ରତିଶତ ବା ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ୭୫୦୦ /- ଟଙ୍କା ସହାୟତା. ୬୦ ରୁ ୬୯ ପ୍ରତିଶତ ରଖିଥିବା ପିଲାଙ୍କୁ ୫୦୦୦/- ଟଙ୍କା ସହାୟତା ଓ ୫୦ ରୁ ୫୯ ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କୁ ୩୦୦୦/- ଟଙ୍କା ସହାୟତା ଗୋଟିଏ ଥରରେ ବ୍ୟାଙ୍କ ମାଧ୍ୟମରେ ଦିଆଯାଇଥାଏ.

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା :-

ଏହି ଯୋଜନା ମାଧ୍ୟମରେ କ୍ଷ୍ୟାରୀ ଜଳ ଚିଙ୍ଗୁଡିଚାଷ ପାଇଁ ନୂତନ ପୋଖରୀ ଖନନ ପାଇଁ ସର୍ବନିମ୍ନ ୦.୪୦ ହ୍ୟା, ବା ଏକ ଏକର ଖର୍ଚ୍ଚ ଅଟକଳରେ ୫୦ ପ୍ରତିଶତ ସହାୟତା ଯୋଗାଇ ଦିଆଯାଉଛି, ଯେମିତି ନୀଳ ବିପ୍ଲବ ମାଧ୍ୟମରେ ଯୋଗାଇ ଦିଆଯାଇଥାଏ.

ପ୍ରଶିକ୍ଷଣ:-

ମତ୍ସ୍ୟ ପ୍ରଶିକ୍ଷଣ କେନ୍ଦ୍ର ,ବାଲୁଗା” ଓ ପାରାଦୀପ ରେ ମତ୍ସ୍ୟ ଚାଷୀ ମାନଙ୍କର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି.

ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା :-

ଏହି ଯୋଜନା ରେ ସମସ୍ତ ପ୍ରାଥମିକ ମତ୍ସ୍ୟ ଜୀବି ସଂଘର କର୍ମକର୍ତ୍ତା ,ସମସ୍ତ ମତ୍ସ୍ୟଚାଷୀ ପରିବାର ର କରମକରତା ଙ୍କୁ ମାଗଣା ରେ ଅନ୍ତର୍ଭୁକ୍ତ କରା ଯାଉଛି ,କୌଣସି ପ୍ରକାର ର ଘଟଣା ବା ଦୁର୍ଘଟଣା ପାଇଁ ୨,୦୦୦୦୦/- ଟଙ୍କା ଏବଂ ସାମାନ୍ୟ ବା ସମ୍ପୂର୍ନ୍ୟ ଆଘାତ ପାଇଁ ୧,୦୦୦୦୦ ଟଙ୍କା ସହାୟତା ବ୍ୟବସ୍ଥା ହୋଇଅଛି .