ବନ୍ଦ କରନ୍ତୁ

ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା

ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ଭଦ୍ରକ

ସହରାଞ୍ଚଳର ଦୃତ ବିକାଶ ତଥା ଭିତ୍ତିଭୂମି ପ୍ରତିଷ୍ଠାକୁ ସହଜ ଓ ସୁଗମ କରିବା ଏବଂ ଉନ୍ନତ ମାନର ଜୀବନ ଶୌଳୀକୁ ଆପଣେଇବା ପାଇଁ ଯେଉଁ ସ୍ୱପ୍ନ ଅଛି । ସହରାଞ୍ଚଳ ବିକାଶ କୁ ସାକାର କରିବା ଏହାର ମୂଳ ଲକ୍ଷ୍ୟ । ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ସହ ସାମାନ୍ତରାଳ ଭାବରେ ସହରାଞ୍ଚଳ ଉନ୍ନୟନ ସଂସ୍ଥା ତା ୦୬/୦୫/୧୯୯୯ ରିଖ ମସିହାରେ ପ୍ରତିଷ୍ଠା ହେଲା । ଏହି ସଂସ୍ଥା 16 ଜଣ ସଦସ୍ୟଙ୍କୁ ନେଇ ଗଠିତ । ଏମାନଙ୍କ ମଧ୍ୟରୁ ଜଣେ ସଂପାଦକ ଏବଂ ଜଣେ ଅଧ୍ୟକ୍ଷ ଭାବରେ ନିୟୋଜିତ ହୋଇଥାନ୍ତି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଅଧ୍ୟକ୍ଷ ଭାବରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିମ୍ନଲିଖିତ ଯୋଜନାମାନ ସହରାଞ୍ଚଳ ସଂସ୍ଥାରେ କାର୍ଯ୍ୟକାରୀ କରାଯାଉଛି ।

  1. ପ୍ରଧାନମନ୍ତ୍ରୀ ଆୱାସ ଯୋଜନା
  2. ଦୀନ୍ ଦୟାଲ ଅନ୍ତୋଦୟ ଯୋଜନା – ଜାତୀୟ ସହରଞ୍ଚଳ ଜିବିକା ମିସନ
  3. ଅଟଳ ମିସନ ରେଜୁଭେନସନ ଏବଂ ଅର୍ବାନ ଟ୍ରାନସ୍ ଫରମେସନ
  4. ସ୍ୱଚ୍ଛଭାରତ ମିସନ
  5. ଆହାର
  6. ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍ -୨୦୧୭
  7. ଉନ୍ନତ

କର୍ମଚାରି ମାନଙ୍କର ସୂଚନା

କର୍ମଚାରି ମାନଙ୍କର ସୂଚନା ବିବରଣୀ, ଭଦ୍ରକ
କ୍ରମିକ ସଂଖ୍ୟା ନାମ ପଦବୀ ମୋବାଇଲ ନମ୍ବର
ଇଶ୍ଵର ଚନ୍ଦ୍ର ପଣ୍ଡା ଦଳପତି 9861584094
ଅଏଶକାନ୍ତ ମହାପାତ୍ର ତଦାରଖ ଏବଂ ମୁଲ୍ୟାୟନ ଦକ୍ଷତା 7008301276
ତପନ କୁମାର ଶ ଭିତ୍ତି ଭୂମି ଦକ୍ଷତା ୯୭୭୬୨୫୨୫୬୫
ଅପରାଜିତା ନାୟକ ଭିତ୍ତି ଭୂମି ଦକ୍ଷତା 7008890819

ପ୍ରଧାନ କାର୍ଯ୍ୟକ୍ରମ:-

  • ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ସମସ୍ତ ପୌରସଂସ୍ଥାମାନଙ୍କୁ ସରକାରୀ ଅନୁଦାନ ଆବଣ୍ଟନ କରିବା ।
  • ପୌରତଥା ବିଜ୍ଞାପିତ ଅଞ୍ଚଳ ମାନଙ୍କରେ ରୂପାୟନ ହେଉଥିବା ବିକାଶ କାର୍ଯ୍ୟଧାରାକୁ ତଦାରଖ ଏବଂ ବିକାଶରେ ଉତ୍ତମମାନ ନିର୍ଣ୍ଣୟ କରିବା ।
  • ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ।
  • ନିୟମିତ ବ୍ୟବଧାନରେ କାର୍ଯ୍ୟକାରୀ ହୋଉଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ଓ ମୂଲ୍ୟାୟନ କରିବା ।
  • ସହରାଞ୍ଚଳ ବିକାଶ ପାଇଁ ରାଜ୍ୟର ପ୍ରମୁଖ ସଂସ୍ଥାର ଆଦେଶ ଏବଂ ନିତି ନିୟମକୁ ଅନୁପାଳନ କରିବା ।
  • ନିୟମିତ ବ୍ୟବଧାନରେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ।
  • ସହାରାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅସହାୟମାନଙ୍କ ପାଇଁ ବ୍ୟାଙ୍କ ଋଣର ବ୍ୟବସ୍ଥା କରିବା ପାଇଁ ବ୍ୟାଙ୍କସହ ଯୋଗାଯୋଗ ରଖିବା ।
  • ସହରାଞ୍ଚଳ ବିକାଶ ଯୋଜନାକୁ ସୁପରିଚାଳନା କରିବା ଏବଂ ଅନୁଦାନରାଶିର ସଠିକ ବିନିଯୋଗ କରିବା ଏବଂ ଧାର୍ଯ୍ୟଲକ୍ଷ୍ୟକୁ ହାସଲ କରିବାପାଇଁ ପ୍ରୟାସଜାରି ରଖିବା ।

ମୂଖ୍ୟ ଯୋଜନା:-

ପ୍ରଧାନମନ୍ତ୍ରୀ ଆୱାସ ଯୋଜନା :-

ନୂତନ ବିଲ୍ଡିଂ ନିର୍ମାଣ , ପ୍ରଧାନ ମନ୍ତ୍ରୀ ଅବସ ଯୋଜନା ଦ୍ଵାରା , ଭଦ୍ରକ ପୌରାଞ୍ଚଳ।

ନୂତନ ବିଲ୍ଡିଂ ନିର୍ମାଣ , ପ୍ରଧାନ ମନ୍ତ୍ରୀ ଅବସ ଯୋଜନା ଦ୍ଵାରା , ଭଦ୍ରକ ପୌରାଞ୍ଚଳ।

ପୌରାଞ୍ଚଳ ତଥା ବିଜ୍ଞାପିତ ଅଞ୍ଚଳର ଦୃତ ବିକାଶ ପାଇଁ ଉକ୍ତ ଯୋଜନା ୨୦୧୫ରୁ ଆରମ୍ଭ ହୋଇ ୨୦୨୨ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଅଛି । ଏହି ଯୋଜନାନାକୁ କାର୍ଯ୍ୟକରୀ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସରକାରୀ ସଂସ୍ଥାମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

  1. ସହଭାଗିଦାରୀ ସୂତ୍ରରେ ଗୃହ ଯୋଗାଇବାର ସୁବନ୍ଦୋବସ୍ତ କରିବା ।
  2. ଋଣ ଯୋଗାଣ ତଥା ଋଣ ଛାଡର ସୁବନ୍ଦୋବସ୍ତ କରିବା ।

ଲକ୍ଷ୍ୟ ହାସଲ:-

  • ଅଦ୍ୟାବିଧି ଯୋଗାଯାଇଥିବା କାର୍ଯ୍ୟାଦେଶ -୨୨୪୯
  • ସଂପୂର୍ଣ୍ଣ ହୋଇଥିବା ଗୃହ ସଂଖ୍ୟା -୨୪୬
  • ନିର୍ମାଣଧିନ ଗୃହ ସଂଖ୍ୟା -୧୪୧୦

ସ୍ୱଚ୍ଛଭାରତ ମିଶନ:-

ଆମ ସୌଚାଳୟ

ଆମ ସୌଚାଳୟ , ବରାଳ ପୋଖରୀ

ଏହି କାର୍ଯ୍ୟକ୍ରମ ସାରାଭାରତର ସମସ୍ତ ଗ୍ରାମଞ୍ଚଳ ତଥା ଛୋଟ ବଡ ସହରରେ ଚାଲୁଅଛି । ରାସ୍ତାଘାଟ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ପାଇଖାନା ଯୋଗାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଅଛି । ଏହି ପରିପ୍ରେକ୍ଷୀରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମଦିନ ଅବସରରେ ୯୦ ଅୟୁତ ପାଇଖାନା ନିର୍ମାଣ କରିବାକୁ ମୋଟ ୩୦ ନିୟୁତ ଆମେରିକୀୟ ମୁଦ୍ରାର ବ୍ୟୟବରାଦ କରାଯାଇଛି । ଉକ୍ତ ଯୋଜନାକୁ ସହରାଞ୍ଚଳରେ ସୁପରିଚାଳନା କରିବା ତଥା ସଠିକ ଭାବରେ ବିନିଯୋଗ କରିବା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ମୂଳ ଲକ୍ଷ ।

ଲକ୍ଷ୍ୟ ହାସଲ:-

  • ଅଦ୍ୟାବିଧି ଯୋଗଯାଇଥିବା କାର୍ଯ୍ୟାଦେଶ -୬୨୯୪
  • ସଂପୂର୍ଣ୍ଣ ଫଟୋ ଅପଲୋଡ ହୋଇଥିବା ସଂଖ୍ୟା -୧୭୮୩
  • ସଂପୂର୍ଣ୍ଣ ହୋଇଥିବା ସଂଖ୍ୟା -୧୭୮୩
  • ସିଟି ଲକ୍ଷ୍ୟ ପୂରଣ ର ସଂଖ୍ୟା ୫୫

ଦୀନଦୟାଲ ଅନ୍ତୋଦୟ ଯୋଜନା ( ଜାତୀୟ ସହାରାଞ୍ଚଳ ବିକାଶ ମିଶନ):-

ଛତୁ ଚାଷ ଜୟ ମା ଲକ୍ଷ୍ମୀ ସ୍ୱୟଂ ରୋଜଗାର ଯୋଜନାରେ (ବ୍ୟକ୍ତିଗତ) ଦ୍ଵାରା

ଛତୁ ଚାଷ ଜୟ ମା ଲକ୍ଷ୍ମୀ ସ୍ୱୟଂ ରୋଜଗାର ଯୋଜନାରେ (ବ୍ୟକ୍ତିଗତ) ଦ୍ଵାରା , ବାସୁଦେବପୁର ପୌରାଞ୍ଚଳ

ଏହି ଯୋଜନା ସ୍ୱର୍ଣ୍ଣ ଜୟନ୍ତୀ ସହେରୀ ରୋଜଗାର ଯୋଜନାର ନିଷ୍କର୍ଷ ରୂପାନ୍ତର ଏବଂ ଏହାକୁ ଜାତୀୟ ସହରାଞ୍ଚଳ ବିକାଶ ମଧ୍ୟ କୁହାଯାଏ । ସହରାଞ୍ଚଳରେ ବସବାସ କରୁଥିବା ଗରିବ, ନିସହାୟ ତଥା ଦାରିଦ୍ର୍ୟ ସୀମାରେଖାତଳେ ରହୁଥିବା କୁଶଳୀ ତଥା ଅଣ କୁଶଳୀ ଲୋକମାନଙ୍କୁ ରୋଜଗାର ଯୋଗାଇଥିାବା ଉକ୍ତ ଯୋଜନାର ମୁଖ୍ୟ ଲକ୍ଷ୍ୟ । ସହରାଞ୍ଚଳରେ ବେକାରୀ ସମସ୍ୟାକୁ ଦୂରକରିବା ସହିତ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ କରି ସମାଜର ମୂଖ୍ୟ ସ୍ରୋତରେ ସମସ୍ତଙ୍କୁ ସାମିଲି କରିବା । ଅଣକୁଶଳୀ ବେକାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବା ସହିତ ରୋଜଗାର ପନ୍ଥା ପାଇଁ ଆବଶ୍ୟକ ଉପକରଣ ତଥା ବ୍ୟାଙ୍କଋଣ ଯୋଗାଇବା ସହିତ ସହରାଞ୍ଚଳର ଦୃତ ବିକାଶ ସାଧନ କରିବା ଏବଂ ଉକ୍ତ ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ପାଇଁ ସହରାଞ୍ଚଳ ବିକାଶ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟ ।

ଲକ୍ଷ୍ୟ ହାସଲ:-

  • ସ୍ୱୟଂ ସହାୟକ ଗୋଷ୍ଠୀର ଖୋଲାଯାଇଥିବା ବ୍ୟାଙ୍କ ଖାତା ସଂଖ୍ୟା -୩୬୯
  • ଯୋଗାଯାଇଥିବା ଆବର୍ତ୍ତନ ପାଣ୍ଠି -୨୩୭
  • କାର୍ଯ୍ୟ ଦକ୍ଷତା ତାଲିମ ପ୍ରାପ୍ତ ସଂଖ୍ୟା -୨୦୭
  • ଆଞ୍ଚଳିକ ମହାସଂଘ ସଂଖ୍ୟା -୨୦୯
  • ସ୍ୱୟଂ ରୋଜଗାର ଯୋଜନାରେ (ବ୍ୟକ୍ତିଗତ) ପ୍ରାପ୍ତ ଆବେଦନ ପତ୍ର ସଂଖ୍ୟା – ୮୨
  • ସ୍ୱୟଂ ରୋଜଗାର ଯୋଜନାରେ (ଗୋଷ୍ଠୀ) ପ୍ରାପ୍ତ ଆବେଦନ ପତ୍ର ସଂଖ୍ୟା-୭
  • ସ୍ୱୟଂ ରୋଜଗାର ଯୋଜନାରେ ବ୍ୟାଙ୍କ ସଂଯୋଗୀକରଣ ଖାତା ସଂଖ୍ୟା-୬୮