ବନ୍ଦ କରନ୍ତୁ

ଇତିହାସ

ପୂର୍ବ ଭାରତର ଓଡିଶା ପ୍ରଦେଶରେ ଏକ ଶାସକୀୟ ଜିଲ୍ଲା, ଭଦ୍ରକ, ଏହା ସଦର ମହକୁମା ସହର ଭଦ୍ରକ ଅନୁସାରେ ନାମିତ , ବାଲେଶ୍ୱର ଜିଲ୍ଲାରୁ ବିଚ୍ଛିନ୍ନ ହୋଇ 1 ଅପ୍ରେଲ, 1993 ରେ ଏହା ଏକ ଜିଲ୍ଲା ହିସାବରେ ଅସ୍ତତ୍ୱକୁ ଆସିଲା . ଏହି ଜିଲ୍ଲାର ଏକ ଗୌରବମୟ କିମ୍ବଦନ୍ତି ଓ ଇତିହାସ ରହିଛି . ଏହି କିମ୍ବଦନ୍ତୀ ଅନୁସାରେ , ସାଳନ୍ଦୀ ନଦୀକୂଳରେ ପୂଜା ପାଉଥିବା ମା ଭଦ୍ରକାଳୀ ଙ୍କ ନାମ ଆଧାରରେ ଏହି ଜିଲ୍ଲାର ନାମ ଭଦ୍ରକ ହୋଇଛି . ଏହ ଜିଲ୍ଲାର ଉତ୍ତରରେ ବାଲେଶ୍ୱର ଜିଲ୍ଲା , ଦକ୍ଷୀଣରେ ଜାଜପୁର ଜିଲ୍ଲା ତଥା ବୈତରଣୀ ନଦୀ ଏବଂ ପଶ୍ଚିମରେ କେନ୍ଦୁଝର ଜିଲ୍ଲା , ପୁଣି ପୂର୍ବରେ ବଂଗୋପସାଗର ଏବଂ କେନ୍ଦ୍ରାପଡା ଜିଲ୍ଲା ରହିଛି . ଏହା 21.0667 ଉତ୍ତର ଅକ୍ଷ୍ୟାଂଶ ଓ 86.5000 ପୂର୍ବ ଦ୍ରାଘିମାରେ ଅବସ୍ଥିତ . ଏହି ଜିଲ୍ଲାର କ୍ଷେତ୍ରଫଳ 2505 ବର୍ଗ କି.ମି. (246529) , ଏହି ଜିଲ୍ଲାର ସମୁଦାୟ ଜନସଂଖ୍ୟା 1506522 ହୋଇଥିବା ବେଳେ , ତନ୍ମଧ୍ୟରୁ ପୁରୁଷ ସଂଖ୍ୟା 760591 ଏବଂ ମହାଳା ସଂଖ୍ୟା 745931 . ସମୁଦାୟ ଅନୁସୂଚିତ ଜାତି ର ବ୍ୟକ୍ତି ବିଶୋଷଙ୍କ ସଂଖ୍ୟା 286723 ହୋଇଥିବା ବେଳେ ଅନୁସୂଚିତ ଜାତିର ବ୍ୟକ୍ତି ବିଶେଷଙ୍କ ସଂଖ୍ୟା 25141. ଅନ୍ୟାନ୍ୟ ପଛୁଆଙ୍କ ଜନସଂଖ୍ୟା 15142 . ଭଦ୍ରକ ଜିଲ୍ଲାର ଏକମାତ୍ର ଉପଖଣ୍ଡ ହେଉଛି ଭଦ୍ରକ . ଏହି ଜିଲ୍ଲାରେ 7 ଟି ତହସିଲ ଏବଂ 7 ଟି ବ୍ଲକ କାର୍ଯ୍ୟ କରୁଅଛି . 2 ଟି ପୌରପାଳିକା ଏବଂ 2 ଟି ବିଜ୍ଞାପିତ ଅଂଚଳ ପରିଷଦ ତଥା 17 ଟି ଆରକ୍ଷୀ କେନ୍ଦ୍ର (ପୋଲିସ ଥାନା) ଓ 218 ଟି ଗ୍ରାମପଞ୍ଚାୟତ ଏହି ଜିଲ୍ଲା ରେ କାର୍ଯ୍ୟ କରୁଅଛି . ଏହି ଜିଲ୍ଲାର ସାଧାରଣ ଜଳବାୟୁ ଉଷ୍ଣ ଏବଂ ଆର୍ଦ୍ର ହୋଇଥିବା ବେଳେ ମଇ ହେଉଛି ସବୁଠାରୁ ଉତପ୍ତ ମାସ ପୁଣି ଡିସେମ୍ବର ହେଉଛ ଶୀତଳତମ ମାସ, ପ୍ରାୟତଃ ଜୁନ ମାସରେ ଜିଲ୍ଲାକୁ ମୌସୁମୀବାୟୁକୁ ପ୍ରବେଶ କରୁଥବା ବେଳେ ଜୁନ୍ ରୁ ଡିସେମ୍ବର ମାସ ମଧ୍ୟରେ ବାର୍ଷିକ ସମୁଦାୟ ବୃଷ୍ଟିପାତର 35 ପ୍ରତିଶତ ସଂପୂର୍ଣ୍ଣ ହୋଇଥାଏ . କୃଷି ଏହି ଜିଲ୍ଲାର ମୁଖ୍ୟ ଉପାର୍ଜନର ମାଧ୍ୟମ . ଖରିପ ଧାନ ହେଉଛି ଜିଲ୍ଲାର ମୂଖ୍ୟ ଫସଲ ଜାହା ସମୁଦାୟ ଭୌଗଳିକ କ୍ଷେତ୍ରଫଳର ପ୍ରାୟ 94 ପ୍ରତିଶତ ଅଞ୍ଚଳରେ ଚାଷ କରାଯାଏ . କିନ୍ତୁ ଧାମରା, ଚୂଡାମଣି. ବାସୁଦେବପୁର ଓ ଚାନ୍ଦବାଲି ଆଦି ଉପକୂଳ ବର୍ତ୍ତୀ ଅଞ୍ଚଳରେ ମାଛ ଧରିବା ହେଉଛି ଜିବୀକା ଉପାର୍ଜନର ପ୍ରମୁଖ ମାଧ୍ୟମ .

ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଏହି ଜିଲ୍ଲାର ବୃହଦ ଶିଳ୍ପ ଉଦ୍ୟୋଗ ଭିତରେ ଫେକର ଅନ୍ୟତମ, ଯାହା ଦେଶର ଫେରୋକ୍ରମ ଉତ୍ପାଦନ କ୍ଷେତ୍ରର ଏକ ଅଗ୍ରଣୀନାମ . ଏତଦ୍ ଭିନ୍ନ ଏବି ଇଲେକ୍ଟ୍ରିକାଲସ , ଅଭିଗୋରା ରାଇସମିଲ ଏବଂ ଆଲୋକନାଥ ବରଫକଳ ପରି କ୍ଷୂଦ୍ର ଉଦ୍ୟୋଗ ମଧ୍ୟ ଏହି ଜିଲ୍ଲାର ରହିଛି .ଭଦ୍ରକ ଜିଲ୍ଲାରେ ଏକ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଛି ଯାହା ଉଦ୍ୟୋଗ ବିକାଶଦିଗ ରେ କାର୍ଯ୍ୟକରିବା ସହ ବିଭିନ୍ନ ସ୍ୱରୋଜଗାର ଯୋଜନାର କ୍ରୀୟାନ୍ୱୟନ ଦିଗରେ କାର୍ଯ୍ୟକରିଥାଏ ଏବଂ ନୂତନ ଉଦ୍ୟୋଗ ନିମନ୍ତେ ସର୍ବେକ୍ଷଣ କରିବା ସହ ଗୁଣବତ୍ତାର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥାଏ . ଏହି ଜିଲ୍ଲାର ଶିକ୍ଷାଗତ ବିକାଶ ଏକ ଉଲ୍ଲେଖ ଯୋଗ୍ୟ ଦୃଷ୍ଟାନ୍ତ . 1948 ରେ ପ୍ରତିଷ୍ଠିତ ଭଦ୍ରକ ମହାବିଦ୍ୟାଳୟ ( ଏବେକାର ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ) ଭଦ୍ରକ ଜିଲ୍ଲା ସ୍କୁଲ ( ଉଚ୍ଚ ବିଦ୍ୟାଳୟ ) ଏହାର ଜ୍ୱଳନ୍ତ ଉଦାହରଣ. ଭଦ୍ରକ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି , ଶିଳ୍ପ ତାଲିମ କେନ୍ଦ୍ର ଏବଂ ଅନେକ ଡିପ୍ଲୋମା ମହାବିଦ୍ୟାଳୟ ଏହି ଜିଲ୍ଲାର ଶିକ୍ଷାର ମାନଦଣ୍ଡକୁ ଉଚ୍ଚ କରି ରଖିଛି . ଏହି ଜିଲ୍ଲା ଅନେକ ମହାମନୀଷଙ୍କୁ ଜନ୍ମ ଦେଇଛି ଯଥା ପୂର୍ବତନ ମୂଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ , ନୀଳମଣି ରାଉତରାୟ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ମୌଲବୀ ମହମ୍ମଦ ହନିଫ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜାତୀୟ କବି ବାଞ୍ଛାନିଧି ମହାନ୍ତି ପ୍ରମୁଖ ଅନ୍ୟତ୍ତମ . ବର୍ଷତମାମ ଏହି ଜିଲ୍ଲାରେ ମେଳା, ମୌଛବ, ଜାନିଜାତ୍ରା ଓ ଉତ୍ସବ ପାଳିତ ହେଉଥାଏ . ତନ୍ମଧ୍ୟରୁ ଦୂର୍ଗାପୂଜା, କାଳୀପୂଜା , ଜାଗର (ଶିବରାତ୍ରି), ପଞ୍ଚୁକ ପୂର୍ଣ୍ଣିମା, ରଥଯାତ୍ରା ଏବଂ ଦୋଳପୂର୍ଣ୍ଣିମା ପ୍ରମୁଖ ଜାକ ଜମକରେ ପାଳିତ ହୁଏ .