ସ୍ୱାସ୍ଥ୍ୟ

ସ୍ଵାସ୍ଥ୍ୟ ଭିତ୍ତିଭୂମି ଭଦ୍ରକ ଜିଲ୍ଲାର ମୂଳ ତତ୍ତ୍ଵ:

  • ପୋଷ୍ଟ ମର୍ଟମ କେନ୍ଦ୍ର : ଭଦ୍ରକ ହସ୍ପିଟାଲ , ଚାନ୍ଦବାଲି ହସ୍ପିଟାଲ ।
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର : ୦୭ ଗୋଟି
  • ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର : ୫୦ ଗୋଟି
  • ଉନାନୀ ସ୍ଵାସ୍ଥ୍ୟ କେନ୍ଦ୍ର : 0୧
  • ହୋମିଓପାଥିକ ଔଷଧାଳୟ : ୨୫ ଗୋଟି
  • ଆର୍ୟୁବୈଦିକ ଔଷଧାଳୟ : ୨୨ ଗୋଟି
  • ରକ୍ତ ଭଣ୍ଡାର : ୦୧ ଗୋଟି

ଲକ୍ଷ୍ୟ

  1. ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା
  2. ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କୁ ଲୋକାଭିମୁଖୀ କରିବା ଓ ଟୀକାକରଣ କୁ ପ୍ରାଧାନ୍ୟ ଦେବା
  3. ସଂକ୍ରାମକ ଓ ଅଣାସଂକ୍ରାମକ ରୋଗ ର ନିୟନ୍ତ୍ରଣ କରିବା
  4. ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନକୁ ସାର୍ବଜନୀନ କରିବା
  5. ଜନସଂଖ୍ୟା କୁ ସ୍ଥିରୀକୃତ ଓ ଲିଙ୍ଗଗତ ପରି ସଂଖ୍ୟାନ ସମତା ରକ୍ଷା କରିବା
  6. ଆଂଚଳିକ ସ୍ୱାସ୍ଥ୍ୟ ପରମ୍ପରା କୁ ବଜାୟ ରଖିବା ସଂଗେ ସଂଗେ ‘ଆୟୁଷ’ କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା
  7. ସୁସ୍ଥ ଜୀବନ ଶୈଳୀ କୁ ପ୍ରୋତ୍ସାହିତ କରିବା

ଆଶା ର ଲକ୍ଷ୍ୟ

  1. ସ୍ୱସ୍ଥ୍ୟ ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଉଥିବା ସାମାଜିକ କାରକ ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା
  2. ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତି ପାଇଁ ଗୋଷ୍ଠୀ କୁ ପ୍ରବର୍ତାଇବା
  3. ପ୍ରଚଳିତ ସ୍ୱାସ୍ଥ୍ୟ ରେ ସ୍ୱଚ୍ଛତା ଅବଲମ୍ବନ କରିବା ଓ ସେବା କୁ ତ୍ୱରାନ୍ୱିତ କରିବା
  4. ଉତ୍ତମ ସ୍ୱାସ୍ଥ୍ୟ ଅଭ୍ୟାସ କୁ ପ୍ରୋତ୍ସାହିତ କରିବା