ବନ୍ଦ କରନ୍ତୁ

ସଂସ୍କୃତି ଏବଂ ଐତିହ୍ୟ

ଭଦ୍ରକ ଜିଲ୍ଲା ମା’ ଭଦ୍ରକାଳୀ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ , ଯାହା କି ବର୍ତମାନ ସାରା ଓଡିଶାରେ ଏକ ମୁଖ୍ୟ ଆକର୍ଷଣର ମାନ୍ୟତା ପାଇଅଛି। ଜିଲ୍ଲା ମଧ୍ୟରେ ଆରଡି , ଧାମନଗର, ଧାମରା, ସହିଦନଗର , ଇରମ ଓ ଗୁଆମାଳ ନୂଆଶାସନ ଅନ୍ୟତମ ପର୍ଯ୍ୟଟନ ସ୍ତଳ  ରୂପେ ପରିଗଣିତ। ବସୁଦେବପୁର ନିର୍ବାଚନମଣ୍ଡଳିର ବ୍ରାହ୍ମଣୀଗାଁ ରେ ସର୍ବ ପୁରାତନ ପ୍ରସନ୍ନ ଖେମେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ହୋଲି ପାଇଁ ପ୍ରସିଦ୍ଧି ଲାଭ କରିଅଛି। ବର୍ଷର ବିଭିନ୍ନ ସମୟରେ ବନ୍ତ , ବାସନ୍ତିଆ , ବସୁଦେବପୁର ଗ୍ରାମ ମାନଙ୍କରେ ଅନେକ ପ୍ରକାର ମେଳା , ମହୋଶ୍ଚବ  ଓ ପର୍ବପର୍ବାଣି ବହୁତ ଧୂମ ଧାମ ରେ ପାଳନ କରାଯାଏ । ତାହାମଧ୍ୟରୁ କାର୍ତିକ ପୁର୍ଣିମା ଅନ୍ୟତମ । ଏହି ଦିନ ବାସନ୍ତିଆ ଗ୍ରାମରେ ଓଡିଆ ସାଧବ ପୁଅ ମାନଙ୍କ ସ୍କୃତି ଉଦ୍ଦେଶ୍ୟରେ ଏକ ବୃହତ ପୁଷ୍କରଣୀ ମଧ୍ୟରେ ବୋଇତ ବନ୍ଦାଣ ଊଶ୍ଚବ ମହାସମାରୋହରେ ପାଳନ କରାଯାଏ । ଏହି ମେଳା ସମୟରେ ବିଭିନ୍ନ ପ୍ରାନ୍ତରୁ ଯାତ୍ରାଦଳ ମାନେ ଆସି ଯାତ୍ରା ପରିବେଷଣ କରିଥାନ୍ତି ।