ବନ୍ଦ କରନ୍ତୁ

ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ

ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ବିଭାଗର ଗତିବିଧି ବିବ୍ରୁତି:-

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଟ୍ରିକ ପରବର୍ତୀ ବୃତ୍ତି :–

ମାଟ୍ରିକ ପରବର୍ତୀ ବୃତ୍ତି ଭଦ୍ରକ ଜିଲ୍ଲାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗର ଜିଲ୍ଲା ମଧ୍ୟରେ ଏବଂ ରାଜ୍ୟ ବାହାରେ ପଢୁ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦନା କରାଯାଉଛି । ଚଳିତ ବର୍ଷ ୯୮୬୮ ସଂଖ୍ୟା ର ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କୁ ଟ୧୦,୯୧,୦୦,୮୨୪ ଙ୍କ। ମାଟ୍ରିକ ପରବର୍ତୀ ବୃତ୍ତି ଭାବରେ ପ୍ରଦାନ କରାଯାଇଛି। ଏତତ ବ୍ୟତୀତ ପଛୁଆ ବର୍ଗ ର ୭୬୪୪ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଟ ୧,୨୭,୨୯,୬୫୯ଙ୍କ। ମାଟ୍ରିକ ପରବର୍ତୀ ବୃତ୍ତି ପ୍ରଦନା କରାଯାଉଛି । ଏହି ବୃତ୍ତି ପ୍ରତ୍ୟକ ହିତାଧିକାରୀ ଛାତ୍ର ଛାତ୍ରୀ ମାନଙ୍କ ସଞ୍ଚୟ ଖାତା ରେ ସିଧା ସଳଖ (ଡି. ବି. ଟି.) ପ୍ରଦନା କରାଯାଇ ଅଛି ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି :-

ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ଦୁଇଟି ଭାଗରେ ପ୍ରଦାନ କରାଯାଉଛି ଯଥା କେନ୍ଦ୍ର ସରକାର ଅନୁଦାନ ଏବଂ ରାଜ୍ୟ ସରକାର ଅନୁଦାନ। ଏହି ବୃତ୍ତି ୯ମ ଏବଂ ୧୦ମ ଶ୍ରେଣୀ ରେ ପଢୁଥିବା ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ମନକୁ କେନ୍ଦ୍ର ସରକାର ଅନୁଦାନ ରୁ ପ୍ରଦାନ କରାଯାଉଛି ଏବଂ ୬ଷ୍ଠ ରୁ ୮ମ ଶ୍ରେଣୀ ରେ ପଢୁଥିବା ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ମନକୁ ରାଜ୍ୟ ସରକାର ଅନୁଦାନ ରୁ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀ ରେ ୨୦୧୭-୧୮ ବର୍ଷ ରେ ୬୧୬ ଜଣ ଅନୁସୂଚିତ ଜନଜାତି ଏବଂ ୧୧୫୮୩ ଜଣ ଅନୁସୂଚିତ ଜାତି ଛାତ୍ର ଛାତ୍ରୀ ମାନଙ୍କୁ ଟ ୨୦,୨୬,୦୫୦ ଙ୍କ। ଏବଂ ଟ ୩,୨୦,୪୯,୦୫୦ ଙ୍କ। ମାଟ୍ରିକ ପୂର୍ବବର୍ତୀ ବୃତ୍ତି ପ୍ରଦନା କରାଯାଇଛି । ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ପ୍ରଥମ ରୁ ଦଶମ ଶ୍ରେଣଥିରେ ପଢୁଥିବା ଅନ୍ତେବାସୀ ଓ ଦିବ୍ୟାଧିୟୀ ଅନୁସୂଚିତ ଜାତି ଓ ଜନଜାତି ଏବଂ ୯ମ ରୁ ୧୦ମ ଶ୍ରେଣୀ ରେ ପଢୁ ଥିବା ପଛୁଆ ବର୍ଗ ର ଭଦ୍ରକ ଜିଲ୍ଲା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି । ୨୦୧୭-୧୮ ବର୍ଷ ରେ ଏହି ବୃତ୍ତି ୨୩୬୦୮ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ଟ ୬,୫୧,୬୧,୪୬୦ ଙ୍କ। ପ୍ରଦନା କରାଯାଇଛି । ଏତତବ୍ୟତୀତ ୮୫୨ ଜଣ ପଛୁଆ ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କୁ ଟ ୮,୫୨,୦୦୦ ଙ୍କ। ପ୍ରଦନା କରାଯାଇଛି । ଏହି ବୃତ୍ତି ୯ମ ରୁ ୧୦ମ ପ୍ରତ୍ୟକ ହିତାଧିକାରୀ ଛାତ୍ର ଛାତ୍ରୀ ମାନଙ୍କ ସଞ୍ଚୟ ଖାତା ରେ ସିଧା ସଳଖ (ଡି. ବି. ଟି.) ପ୍ରଦନା କରାଯାଉ ଅଛି । ଏବଂ ପ୍ରଥମ ରୁ ଦଶମ ଅନ୍ତେବାସୀ ଏବଂ ୬ଷ୍ଠ ରୁ ୮ମ ଶ୍ରେଣଥିବା ଦିବ୍ୟାଧିୟୀ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ମାନଙ୍କର ବୃତ୍ତି ପରିମାଣ ରାଶି ସିଧା ସଳଖ ପଠିତ ସ୍କୁଲ ବ୍ୟାଙ୍କ ସଞ୍ଚଯ ଖାତା କୁ ରାଜ୍ୟ ମୁଖ୍ୟ କାର୍ଯ।ଳୟ ରୁ ପଠା ଯାଇଛି । ଯାହା ଦ୍ଵାରା କି ବୃତି ପ୍ରଦାନ ସଠିକ ସମୟରେ ଦିଅଯାଇପାରୁଛି ।

ବ୍ୟାଙ୍କ ମାଧ୍ୟମରେ ଆୟକାରୀ ଯୋଜନା:-

ଦାରିଦ୍ର ସୀମା ରେଖା ତଳେ ଥିବା ପୁରୁଷ / ମହିଳା ମାନଙ୍କୁ ନେଇ ଗଠିତ ସ୍ୱୟଙ୍ଗ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ଉନ୍ନତି ପାଇଁ ବ୍ୟାଙ୍କ ମାଧ୍ୟମରେ ଆୟକ।ରି ଯୋଜନା ମାଧ୍ୟମରେ ଉପାର୍ଜନ ପାଇଁ ରିହାତି ଦିଆଯାଉଛି । ୯୮୮ ଜଣ ହିତାଧିକାରୀ ଙ୍କୁ ଏହି ଆୟକାରୀ ଯୋଜନା ରେ ଟ ୯୨.୩୫ ଲକ୍ଷ ଟଙ୍କା ବ୍ୟାଙ୍କ ମାଧ୍ୟମରେ ରିହାତି ଦିଆଯାଇଛି ।

ନିର୍ଯାତନ। ର ଶିକାର ହୋଇଥିବା ଦଳିତ ହିତାଧିକ।ରିଙ୍କୁ କ୍ଷତିପୂରଣ:-

ଦଣ୍ଡାଧୀଶ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଡି. ଏସ . ପି. ଙ୍କ ମିଳିତ ତଦନ୍ତ ତଥ୍ୟ ର ଅନୁମୋଦନ ପରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ପି .ଓ. ଏ. ଧାରା ୧୯୮୯ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ସମସ୍ତ ମକଦମା ର ନିର୍ଯାତିତ ବ୍ୟକ୍ତି ମାନଙ୍କୁ କ୍ଷତିପୂରଣ ଦିଆଯାଏ । ୧୮ ନିର୍ଯାତିତ ବ୍ୟକ୍ତି ମାନଙ୍କୁ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ପି .ଓ. ଏ. ଧାରା ୧୯୮୯ ଅନୁଯାୟୀ ଟ ୬,୭୦,୦୦୦ ଙ୍କ। କ୍ଷତିପୂରଣ ଦିଆଯାଇଛି ।

ସବର୍ନ ଓ ଅସବର୍ନ ଜାତି ବିବାହ:-

ଅନୁସୂଚିତ ଜାତି ସହିତ ସବର୍ନ ବର୍ଗ ର ବିବାହିତ ଯୋଡିଙ୍କୁ ପ୍ରୋସ୍ଛାହନ ଦିଅ।ଯାଉଛି । ଭଦ୍ରକ ଜିଲାରେ ୪୯ ଜଣ ବିବାହିତ ଯୋଡିଙ୍କୁ ଟ ୨୪,୫୦,୦୦୦ ଙ୍କ। ପ୍ରୋସ୍ଛାହନ ଦିଅ।ଯାଇଛି

ଶିକ୍ଷା :-

ଭଦ୍ରକ ଜିଲ୍ଲା ରେ ୧୭୬୮ ଜଣ ଛ।ତ୍ର/ଛାତ୍ରୀ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ ଅଧୟନ କରୁଛନ୍ତି । ୫ଟି ବାଳିକା ଛାତ୍ରୀ ନିବାସ ଏବଂ ୨ଟି ବାଳକ ଛାତ୍ର ନିବାସ ରେ ମୋଟ ୧୭୬୮ ଜଣଙ୍କ ମଧ୍ୟରୁ ୨୫୮ଜଣ ବାଳକ ଏବଂ ୩୯୪ ଜଣ ବାଳିକା ରହିଛନ୍ତି ।