ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) : –
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୨୦୧୮ ଆର୍ଥିକ ବର୍ଷ ପାଇଁ ୧୧୬୬୮ଟି ଗୃହ ନିର୍ମାଣ କରିବାର ଧାର୍ଯ୍ୟ ଲକ୍ଷ କରାଯାଇ ଥିଲା । ତନ୍ମଧ୍ୟରୁ ୫୩୭୯ ଗୋଟି ଗୃହ ନିର୍ମାଣ ସଂପୂର୍ଣ୍ଣ କରାଯାଇଅଛି । ଅବଶିଷ୍ଟ ବାକିଥିବା ଗୃହ ଗୁଡ଼ିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ଭଦ୍ରକ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ୮୫୯୩ଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ତନ୍ମଧ୍ୟରୁ ଅଦ୍ୟାବଧି ୨୧୯ ଗୋଟି ଗୃହ ନିର୍ମାଣ ସଂପୂର୍ଣ୍ଣ କରାଯାଇଅଛି । ପଚଂୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ହିତାଧିକାରୀ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ କଲେ ସେମାନଙ୍କୁ ୨୦ ହଜାର ଟଙ୍କା ଓ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ସେମାନଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଅଛି ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା : –
ଭଦ୍ରକ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତା. ୦୧/୦୪/୨୦୦୭ରିଖ ଠାରୁ କାର୍ଯ୍ୟକାରୀ ହୋଇଆସୁଅଛି । ୨୦୧୭-୨୦୧୮ ଆର୍ଥିକ ବର୍ଷରେ ୩୧୮୩.୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୫୩୦୧୭ ଅଣକୁଶଳୀ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଅଛି ଏବଂ ୧୩୯୧୩୧୯ ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି । ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଅଦ୍ୟାବଧି ୧୧୮୮.୦୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫,୧୧,୦୧୪ ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି ଏବଂ ୨୦୦୪୦ ଗୋଟି ପ୍ରକଳ୍ପ ହାତକୁ ନିଆଯାଇ ସେଥିମଧ୍ୟରୁ ୩୩୬୯ ଗୋଟି ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଇଅଛି । ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୩୬୩୬୬ ଗୋଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯିବା ସଂଗେ ସଂଗେ ୨୦ ଗୋଟି ପରିବାରକୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଅଛି ।
ଗୋପବନ୍ଧୁ ଗ୍ରାମୀଣ ଯୋଜନା :-
ଗୋପବନ୍ଧୁ ଗ୍ରାମୀଣ ଯୋଜନା ୨୦୦୬ – ୨୦୦୭ ଆର୍ଥିକ ବର୍ଷ ଠାରୁ ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଆସୁଅଛି । ଏହି ଯୋଜନା ମାଧ୍ୟମରେ ମୁଖ୍ୟତଃ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ, ଆଲୋକିକରଣ ବ୍ୟବସ୍ଥା ଓ ବିଭିନ୍ନ ପ୍ରକାର ଜଳ ପ୍ରକଳ୍ପରେ ଗୁରୁତ୍ୱ ଦିଆଯାଉଅଛି ।
୨୦୧୭-୨୦୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ତରଫରୁ ୮୦୧.୫୭ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରାପ୍ତ ହୋଇଥିଲା । ସେଥିମଧ୍ୟରୁ ଅଦ୍ୟାବଧି ୪୦୫.୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୧୯୫ଗୋଟି ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଇଅଛି । ବଳକା ରାଶିକୁ ଯଥାଶୀଘ୍ର ଖର୍ଚ୍ଚ କରି ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ୨୦୧୮-୨୦୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଠାରୁ ୧୩୩୫.୯୫ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରାପ୍ତ ହୋଇଅଛି ।
ଓଡ଼ିଶା ଜୀବିକା ମିଶନ :-
ଗ୍ରାମାଞ୍ଚଳରେ ଥିବା ଗରିବ ପରିବାର ମାନଙ୍କୁ ସାମୁହିକ ଅନୁଷ୍ଠାନ ମାଧ୍ୟମରେ ସଂଗଠିତ କରି ସେମାନଙ୍କର ଜୀବନ ଜୀବିକାର ଉନ୍ନତି ଆଣିବା, ଦୀର୍ଘସ୍ଥାୟୀ ଜୀବିକା ବିକାଶ ନିମନ୍ତେ ସୁଯୋଗ ସଷ୍ଟି କରିବା, ଆବଶ୍ୟକ ତାଲିମ ପ୍ରାପ୍ତ କରାଇ ସ୍ଥାପିତ କରିବା ଇତ୍ୟାଦି ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ ଅଟେ । ୨୦୧୭-୨୦୧୮ ଆର୍ଥିକ ବର୍ଷରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ୬୯୭.୯୮ ଲକ୍ଷ ଟଙ୍କାର ଧାର୍ଯ୍ୟ ଲକ୍ଷ କରାଯାଇଥିଲା । ତନ୍ମଧ୍ୟରୁ ମାର୍ଚ୍ଚ ୩୧, ୨୦/୨୦୧୮ରିଖ ପର୍ଯ୍ୟନ୍ତ ୧୧୪୪.୭୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇଅଛି ଏବଂ ୪୭୧୯ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ କ୍ରେଡ଼ିଟ୍ ଲିକେଜ କରାଯାଇ ସେମାନଙ୍କର ଜୀବନ ଜୀବିକାର ଉନ୍ନତିକରଣ ପାଇଁ ୭୯୪୪.୯୪ ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୫୪.୦୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଅଛି ।
ବିଜୁ ପକ୍କା ଘର ଯୋଜନା :-
ଏହି ଯୋଜନାରେ ୨୦୧୭-୨୦୧୮ ଆର୍ଥିକ ବର୍ଷ ପାଇଁ ୩୭୫ଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିଲା । ତନ୍ମଧ୍ୟରୁ ଅଦ୍ୟାବଧି ୯୯ ଗୋଟି ଗୃହ ନିର୍ମାଣ ସଂପୂର୍ଣ୍ଣ କରାଯାଇଅଛି । ବାକି ଥିବା ଗୃହ ଗୁଡ଼ିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୧୦୦୦ଗୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ହିତାଧିକାରୀ ମାନଙ୍କୁ ଯଥାଶୀଘ୍ର କାର୍ଯ୍ୟାଦେଶ ପ୍ରଦାନ କରି ଘର ସଂପୂର୍ଣ୍ଣ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ପଚଂୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ହିତାଧିକାରୀ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ କଲେ ସେମାନଙ୍କୁ ୨୦ ହଜାର ଟଙ୍କା ଓ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ସେମାନଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଅଛି ।
ଦିନ ଦୟାଲ୍ ଉପାଧ୍ୟାୟ – ଗ୍ରାମୀଣ କୋଶଲ୍ୟ ଯୋଜନା :-
“ଦିନ ଦୟାଲ ଉପାଧ୍ୟାୟ-ଗ୍ରାମୀଣ କୋ÷ଶଲ୍ୟ ଯୋଜନା” ହେଉଛି, ସରକାରଙ୍କର ଏକ ନିଯୁକ୍ତି ଭିତିକ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଯାହାକି ଓଡ଼ିଶା ସରକାରଙ୍କର ଅଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପରିଚାଳିତ । ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ବେରୋଜଗାରୀ ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯାଇ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ଦିଆଯାଇଥାଏ ।
ଏହି ଯୋଜନାରେ ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ବେରୋଜଗାର ଯୁବକ ଓ ଯୁବତୀ ମାନଙ୍କୁ ଉନ୍ନତ ମାନର ଗୁଣାତ୍ମକ ପ୍ରଶିକ୍ଷଣ ଦ୍ୱାରା ବିଭିନ୍ନ କାମ ଓ ଧନ୍ଦା ପାଇଁ ଦକ୍ଷ ଏବଂ କୁଶଳୀ କରି ଜିଲ୍ଲା, ରାଜ୍ୟ, ରାଜ୍ୟ ବାହାରେ ଏବଂ ବିଦେଶରେ ଦୀର୍ଘସ୍ଥାୟୀ ରୋଜଗାର ଭିତିକ କାମ ଯୋଗାଇ ଦେଇ ସେମାନଙ୍କର ଜୀବନ ଜୀବିକାର ମାନଦଣ୍ଡରେ ଉନ୍ନତି ଆଣିବା ।
ଏହି ଯୋଜନା ୨୦୧୪-୨୦୧୫ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଛି । ଅଦ୍ୟାବଧି ଭଦ୍ରକ ଜିଲ୍ଲାର ୩୬୮୭ ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରଶିକ୍ଷଣ ଦେଇ ତନ୍ନମଧ୍ୟରୁ ୨୬୨୭ ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥାରେ ଅଦ୍ୟାବଧି ନିୟୋଜିତ କରାଯାଇଅଛି । ଗତ ଆର୍ଥିକ ବର୍ଷ ୨୦୧୭-୨୦୧୮ରେ ୧୩୨୩ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଏବଂ ୬୧୮ ଜଣଙ୍କୁ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ଭିନ୍ନ, ପଦ, ପଦବୀରେ ନିୟୋଜିତ କରାଯାଇଅଛି । ଭଦ୍ରକ ଜିଲ୍ଲା ଓଡ଼ିଶା ରାଜ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଅଛି ।
ଚଳିତ ଆର୍ଥିକ ବର୍ଷ ଯଥା – ଏପ୍ରିଲ ଓ ମଇ ମାସରେ ୧୫୭ ଜଣ ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯାଇସାରିଛି ଏବଂ ୧୦୬ ଜଣ ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ସଂସ୍ଥାରେ ଭିନ୍ନ ଭିନ୍ନ ପଦ ଓ ପଦବୀ ନିଯୁକ୍ତି ଦିଆଯାଇସାରିଛି ।
ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀ ଚୟନ ପାଇଁ ଜିଲ୍ଲାର ୬ଟି ବ୍ଲକରେ ନିଯୁକ୍ତି ଭିତିକ ପରାମର୍ଶ ଶିବିର କରାଯାଇ ୧୮୩୭ ଯୁବକ ଓ ଯୁବତୀଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି । ଏହି ଆର୍ଥିକ ବର୍ଷ ପାଇଁ ୧୩୩୭ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବାର ଏବଂ ୯୩୭ ଜଣ ଯୁବକ ଓ ଯୁବତୀଙ୍କୁ କର୍ମ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।