ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଷୟରେ ସୂଚନା:-

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ
ଉତ୍ତର ଓଡିଶାର ଏକ ଶାସକୀୟ ଜିଲ୍ଲା ଭଦ୍ରକ। ଏହାର ସଦର ମହକୁମା ଓ ମୁଖ୍ୟ ସହର ହେଉଛି ଭଦ୍ରକ। ୧୯୯୩ ରେ ଜନ୍ମ ନେଇଥିବାରୁ ଏହା ଅପେକ୍ଷାକୃତ ନୂଆଜିଲ୍ଲା ଏହି ଜିଲ୍ଲାରେ ୧୩୧୧ ରାଜସ୍ୱ ଗ୍ରାମ, ୧୩୭୦ ଟି ଜନବସତି, ୨୧୮ ଗ୍ରାମପଞ୍ଚାୟତ, ୭ ଟି ତହସିଲ, ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୨ଟି ପୌରପାଳିକା ଏବଂ ୧୭ ଟି ଆରକ୍ଷୀ କେନ୍ଦ୍ର(ପୋଲିସ ଥାନା), ଏହି ଜିଲ୍ଲା କେନ୍ଦ୍ରାଞ୍ଚଳ ରାଜସ୍ୱ ମଣ୍ଡଳାୟୁକ୍ତ (ଆର.ଡି.ସି)ଙ୍କ ଶାସକୀୟ ନିୟନ୍ତ୍ରିଣରେ ଥିବାବେଳେ ପୂର୍ବାଞ୍ଚଳ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧିନରେ ରହିଛି ।
ଉନ୍ନୟନ ବିଭାଗ
ଏହି ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ବିଭାଗ ଜରିଆରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟର ପର୍ଯ୍ୟବେକ୍ଷଣ ଏବଂ ସମୀକ୍ଷା, ଜିଲ୍ଲାପାଳଙ୍କର ପ୍ରଦର୍ଶନହିଁ ଉଣାଅଧିକେ ସମଗ୍ରଜିଲ୍ଲାର ପ୍ରଦର୍ଶନର ପରିଚାୟକ ରୁପେ ପରିଗଣିତ ହେବ, ଏଣୁ ଯୋଜନା ଏବଂ ସମନ୍ୱୟ ବିଭାଗ ପକ୍ଷରୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା, ପର୍ଯ୍ୟବେକ୍ଷଣ ଏବଂ ଖର୍ଚ୍ଚ ଖସଡାର ଅନୁମୋଦନ କରାଯାଏ ।
ଏହି ବିଭାଗ ବିଭିନ୍ନ ଉନ୍ନୟନ ଯୋଜନାର ଲକ୍ଷ୍ୟ ଏବଂ ସଫଳତା ନିମନ୍ତେ ପ୍ରଗତିର ସମୀକ୍ଷା କରିଥାଏ, ବିଭିନ୍ନ ପଦପଦବୀରେ ନିଯୁକ୍ତି, ମୁତୟନ, ସ୍ଥାନାନ୍ତରଣ , ଅବସର କାଳୀନଭତ୍ତା ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିଷ୍ପତ୍ତି ଏହି ବିଭାଗ ଦ୍ୱାରା ନିଷ୍ପାଦାନ କରାଯାଏ । ବିଭିନ୍ନ ସରକାରୀ ଯୋଜନା ଯଥା କୁଟୀର ଜ୍ୟେତି, ନିଯୁକ୍ତି ମେଳା ଆଦି, ତଥା ବିବିଧ ପତ୍ରାଚାର ଏହି ବିଭାଗ ଦ୍ୱାରା ସମ୍ପାଦିତ ହୁଏ, ଆବାସୀୟ ତିଥା ଆଣ ଆବାସୀୟ ଗୃହ ଗୁଡିକର ମରାମତି ଏବଂ ମୁଖ୍ୟ ଅଭିଲିପିକ (ଏ.ଜି)ଙ୍କର ଅନୁଚ୍ଛେଦ ଓ୍ୱାରି ଟିପ୍ପଣୀ ତଥା ସ୍ଥାନୀୟ ପାଣ୍ଠିର ସମୀକ୍ଷା ଏହି ବିଭାଗ ଦ୍ୱାରା କରାଯଏ ।
ସଂସ୍ଥାପନା ବିଭାଗ
ଶାସକୀୟ ସଂସ୍ଥାପନାର / ରକ୍ଷାଣାବେକ୍ଷଣ ବାହାଲ ଏବଂ ସମାୟୋଜନ କରିବା । ଆବଶ୍ୟକ ସ୍ଥଳେ ଯୋଗ୍ୟ ପ୍ରର୍ଥୀଙ୍କର ନିଯୁକ୍ତ ଓ ଚୟନ । ନ୍ୟାୟିକ କାର୍ଯ୍ୟାନୁଷ୍ଠାନ (ଅର୍ଦ୍ଧନ୍ୟାୟିକ ଏବଂ ପ୍ରଶାସନର ହିତନିମନ୍ତେ ) । ସମସ୍ତ ପ୍ରକାର ବ୍ୟକ୍ତିଗତ ଆର୍ଥିକ କାର୍ଯ୍ୟକଳାପ ଏବଂ କର୍ମଚାରୀମାନଙ୍କ ଦରମା ଓ ଭତ୍ତା ।
ନିଜାରତ ବିଭାଗ
ଜିଲ୍ଲା କାର୍ଯ୍ୟାଳୟରେ ସୁରୁଖୁରୁରେ ଆର୍ଥିକ ଦେଣନେଣ । ପ୍ରଦକ୍ଷଣ ଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣା । ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ତଥା ରାଜ୍ୟ ଆତିଥି ମାନଙ୍କର ରହଣୀ ବ୍ୟବସ୍ଥା । କାର୍ଯ୍ୟାଳୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ । ବିବିଧ ପ୍ରାରୁପର ବିକ୍ରୟ, ଉଣ୍ଡାରଣ ତଥା ଗ୍ରମ ନକ୍ସାର ବିକ୍ରୀ ।
ସାଧାରଣ ଓ ବିବିଧ ବିଭାଗ
ଜିଲ୍ଲାପାଳଙ୍କୁ ଜିଲ୍ଲା ପ୍ରଶାସନରେ ସହାୟତା କରିବା । ସାଧାରଣ ଓ ବିବିଧ ବିଭାଗର କାର୍ଯ୍ୟାବଳୀ। ପ୍ରତି ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ଓ ବିଭିନ୍ନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଏବଂ ଜନଅଭିଯୋଗର ଶୁଣାଣୀ କରିବା । ରାଜ୍ୟର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କର ପରିଦର୍ଶନରେ ସହଯୋଗ କରିବା । ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଉଚ୍ଚ କାର୍ଯ୍ୟାଳୟରୁ ଅଗ୍ରସାରିତ ହୋଇଥିବା ଅଭିଯୋଗ ଗୁଡିକରେ କାର୍ଯ୍ୟାନୁଷ୍ଠାନ କରିବା । ଆହାର ଯୋଜନାର କ୍ରିୟାନ୍ୱୟନରେ ସହଯୋଗ କରିବା । ଜାତୀୟ ଜନଗଣନା କାର୍ଯ୍ୟକ୍ରମର ପରିଚାଳନା କରିବା । ଆଧାର ପଞ୍ଜିକରଣ ଏବଂ ତତ୍ ସମ୍ୱନ୍ଧୀୟ କାର୍ଯ୍ୟକ୍ରମର ନୀରିକ୍ଷଣ ଓ ସୁପରିଚାଳନ । ସୂଚନା ଅଧିକାର ଆଇନ୍ ଅଧିନସ୍ଥ ସମସ୍ତ ଦସ୍ତାବେଜର ପରଚାଳନା । ପୌରାଞ୍ଚଳ ନିର୍ବାଚନର ପରିଚାଳନା କରିବା । ବିଭିନ୍ନ ପ୍ରକାର ଦସ୍ତାବେଜ, ବିବରଣୀ, ସମାଚାର ପତ୍ରିକାର ପ୍ରକାଶନ । ବିବିଧ ସମିତିର ପଞ୍ଜିକରଣ କରିବା । ଏବଂ ଅନ୍ୟ ଯେକୌଣସି କାର୍ଯ୍ୟ ଯାହା ଅନ୍ୟ କୌଣସି ବିଭାଗକୁ ଆବଣ୍ଟିତ ହୋଇନାହିଁ ।
ଜିଲ୍ଲା ତଉଜି ବିଭାଗ
ଜିଲ୍ଲା କାର୍ଯ୍ୟାଳୟର ଏହି ଶାଖା ତହସିଲଦାର ମାନଙ୍କର କାର୍ଯ୍ୟକଳାପକୁ ନୀରିକ୍ଷଣ କରିବା ସହ ରାଜସ୍ୱ ଆଦାୟର ଗତିବିଧିକୁ ନିଷ୍ପାଦାନ କରିଥାଏ ।
ସୀମା ପରିବର୍ତ୍ତନ କାର୍ଯ୍ୟବିଧି ପ୍ରକୋଷ୍ଠ (BCP Cell)
ରାଜସ୍ୱ ପାର୍ଷଦ ଆଦେଶ କ୍ରମାଙ୍କ ୪୭୨୩/LR&S ଦିନାଙ୍କ ୧୨/୦୫/୧୯୯୭ ଅନୁସାରେ ସୀମା ପୁନଃନିଦ୍ଧାରଣ ପ୍ରକ୍ରିୟାର କାର୍ଯ୍ୟବିଧି ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରାଜସ୍ୱ ଗ୍ରାମ ଗୁଡିକ ଜନବସତି ଠାରୁ ଅଲଗା କରିବା, ଏବଂ ରାଜସ୍ୱ ବିଭାଗ ଚିଠି ସଂଖ୍ୟା ୩୯୧୧୪/R ଦିନାଙ୍କ ୦୧/୦୯/୧୯୯୪ ତଥା ରାଜସ୍ୱ ପାର୍ଷଦ, କଟକଙ୍କ ନିର୍ଦ୍ଦେଶିକା କ୍ରମାଙ୍କ ୧୫୭୦୬/ LR&S ଦିନାଙ୍କ ୧୬/୧୨/୧୯୯୪ ଅନୁଯାୟୀ ରାଜସ୍ୱ ପରିଚାଳନା କରିବା ।
ଜିଲ୍ଲା ମାହାଫିସଖାନା ରେକର୍ଡ ରୁମ
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବନ୍ଦୋବସ୍ତ ପ୍ରକିୟା ସମୟରେ କରାଯାଏ, ଏବଂ ଏହା ସଂପୁର୍ଣ୍ଣ ହୋବାପରେ ଏହାର ସମସ୍ତ ଦସ୍ତାବେଜ ଓ ନଥିପତ୍ର ଏକ ସ୍ୱତନ୍ତ୍ର ବିଭାଗରେ ସଂରକ୍ଷିତ ରଖାଯାଏ ।
ଏତଦ୍ ଭିନ୍ନ ଅନ୍ୟ 23ଟି ବିଭାଗ ଜିଲ୍ଲାକାର୍ଯ୍ୟାଳୟ ଅଧିନରେ କାର୍ଯ୍ୟକରୁଅଛି . ପ୍ରତି 2 ବର୍ଷ ପରେ ସମସ୍ତ ନଥି, ଦସ୍ତାବେଜ ଏବଂ ନିଷ୍ପାଦିତ ହୋଇସାରିଥିବା ରାଜସ୍ୱ ମକଦ୍ଦମା ଗୁଡିକର ଦସ୍ତାବେଜ ଏହି ମାହାଫିସଖାନାରେ ସ୍ଥାୟୀ ସଜ୍ଜିକରଣ ହୋଇ ରଖାଯାଏ ।
ଜରୁରୀ କାଳୀନ ବିଭାଗ
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହି ବିଭାଗ ଲୋକମାନଙ୍କ ସେବାରେ ନିଯୋଜିତ ହୋଇଥାଏ। ଜରୁରୀ କାଳୀନ ପରିଷ୍ଟିତିରେ ଏହି କାର୍ଯ୍ୟାଳୟ ୨୪x୭ ଘଣ୍ଟା କାମ କରିଥାଏ ।
ବିଚାର ବିଭାଗ
ଶାନ୍ତିଶୃଙ୍ଖଳା ରାକ୍ଷା କରିବା । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା / ମକଦ୍ଦମା ପରିଚାଳନା ନିମନ୍ତେ ଆଇନ ଆଧିକାରୀ ନିଯୁକ୍ତ କରିବା । ମାରଣାସ୍ତ୍ର/ଆଗ୍ନେୟାସ୍ତ୍ର ଓ ଅସ୍ତ୍ରଶାସ୍ତ୍ରର ସ୍ୱୀକୃତିପତ୍ର ପ୍ରଦାନ କରିବା ।ଚଳଚ୍ଚିତ୍ର / ଅପେରା ପ୍ରଦର୍ଶନ ନିମନ୍ତେ ଅନୁମତିପତ୍ର ପ୍ରଦାନ କରିବା । ସର୍କସ ପ୍ରଦର୍ଶନ ଓ ଡାକବାଜୀ ଯନ୍ତ୍ରର ପ୍ରଚୁର ନିମନ୍ତେ ସ୍ୱୀକୃତି ପ୍ରଦାନ କରିବା ।
ରାଜସ୍ୱ ବିଭାଗ
ଜିଲ୍ଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ତଦାରଖରେ ଏବଂ ଜଣେ ପ୍ରାଧିକୃତ ଅଧିକାରୀଙ୍କ ମାଧ୍ୟମରେ ଏହି ବିଭାଗଟି କାର୍ଯ୍ୟକରିଥାଏ . ଏହି ବିଭାଗର ମୁଖ୍ୟ କାର୍ଯ୍ୟ ହେଉଛୁ ସରକାରୀ ଜମିର ସୁରକ୍ଷା ଓ ଯୁକ୍ତିଯୁକ୍ତି ତଥା ଉପଯୁକ୍ତ ବ୍ୟବହାର , ଭୁମିହୀନ ମାନଙ୍କୁ ଜମିର ଆବଣ୍ଟନ ଏବଂ ତହସିଲଦାର/ଉପଜିଲ୍ଲାପାଳଙ୍କ ମାଧ୍ୟମରେ OGLS Act(1960) OPLE Act(1970) ର ଅନୁପାଳନ ।