ଅର୍ଥବ୍ୟବସ୍ଥା
ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଏହି ଜିଲ୍ଲାର ବୃହଦ ଶିଳ୍ପ ଉଦ୍ୟୋଗ ଭିତରେ ଫେକର ଅନ୍ୟତମ, ଯାହା ଦେଶର ଫେରୋକ୍ରମ ଉତ୍ପାଦନ କ୍ଷେତ୍ରର ଏକ ଅଗ୍ରଣୀନାମ . ଏତଦ୍ ଭିନ୍ନ ଏବି ଇଲେକ୍ଟ୍ରିକାଲସ , ଅଭିଗୋରା ରାଇସମିଲ ଏବଂ ଆଲୋକନାଥ ବରଫକଳ ପରି କ୍ଷୂଦ୍ର ଉଦ୍ୟୋଗ ମଧ୍ୟ ଏହି ଜିଲ୍ଲାର ରହିଛି .ଭଦ୍ରକ ଜିଲ୍ଲାରେ ଏକ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଛି ଯାହା ଉଦ୍ୟୋଗ ବିକାଶଦିଗ ରେ କାର୍ଯ୍ୟକରିବା ସହ ବିଭିନ୍ନ ସ୍ୱରୋଜଗାର ଯୋଜନାର କ୍ରୀୟାନ୍ୱୟନ ଦିଗରେ କାର୍ଯ୍ୟକରିଥାଏ ଏବଂ ନୂତନ ଉଦ୍ୟୋଗ ନିମନ୍ତେ ସର୍ବେକ୍ଷଣ କରିବା ସହ ଗୁଣବତ୍ତାର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥାଏ . ଏହି ଜିଲ୍ଲାରେ ଅର୍ଥ ବ୍ୟବସ୍ଥା ସୁଦୃଢ କରିବାପାଇଁ ଧାମରା ବନ୍ଦର ଅଗ୍ରଣି ଭୂମିକା ଗ୍ରହଣ କରିଅଛି.
କୃଷି ଓ ଚାଷ ପ୍ରଣାଳୀ
ଜିଲ୍ଲା ର ଭୌଗଳିକ କ୍ଷେତ୍ରଫଳ 246529 ହେକ୍ଟର। ସେଥି ମଧ୍ୟରୁ 176000 ହେକ୍ଟର ହେଉଛି ଚାଷ ଜମି। ଧାନ ଚାଷ ଜିଲ୍ଲା ର ମୁଖ୍ୟ ଚାଷ ଅଟେ। ଏହା ଖରିଫ ଓ ରବି ଋତୁ ରେ ଚାଷ କରାଯାଇଥାଏ । ଖରିଫ ଚାଷ ପ୍ରାୟ 94%। 47% ଚାଷ ବର୍ଷା ଉପରେ ନିର୍ଭରକରେ।